32.9 C
Balāngīr
Tuesday, May 13, 2025

ବେଡ଼ାଗାଁ କ୍ରିକେଟ ଲିଗ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଡମସୁଲିମକୁ ହରାଇ ବେଡ଼ାଗାଁ ବିଜୟୀ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଲାଞ୍ଜିଗଡ଼, (୦୮/୦୫) : ଆପ୍ର. : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ଅଞ୍ଚଳ ବେଡ଼ାଗାଁ ପଞ୍ଚାୟତର ବେଡ଼ାଗାଁ ଠାରେ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦଯାପିତ ହୋଇଯାଇଛି ।

ବେଡ଼ାଗାଁ କ୍ରିକେଟ କମିଟି ଦ୍ୱାରା ଆୟୋଜିତ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଭାଗ ନେଇଥିବାବେଳେ ଫାଇନାଲ ମ୍ୟାଚ ଡମସୁଲିମ ଓ ବେଡ଼ାଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଡମସୁଲିମ ପ୍ରଥମେ ଟସ୍ ଜିତି ବେଡ଼ାଗାଁ ଦଳକୁ ବ୍ୟାଟିଂ କରିବା ପାଇଁ ସୁଯୋଗ ଦେଇଥିଲା । ବେଡାଗାଁ ଦଳ ୧୦ ଓଭର ୮ ୱିକେଟ ବିନିମୟରେ ୧୧୯ ରନ ସଂଗ୍ରହ କରିଥିଲେ। ଏହାର ଜବାରେ ଡମସୁଲିମ କ୍ରିକେଟ ଦଳ ୦୯ ଓଭରରେ ମାତ୍ର ୯୧ ରନ୍ ସଂଗ୍ରହ କରି ସମସ୍ତ ୱିକେଟ ହରାଇ ପରାଜୟ ହୋଇଥିଲେ ।

ଉକ୍ତ ମ୍ୟାଚରେ ମୁଖ୍ୟ ଅତିଥିଭାବେ ବେଡ଼ାଗାଁ ସରପଞ୍ଚ ଶୁଭାସିନୀ ମାଝୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ପୂର୍ବତନ ଲାଞ୍ଜିଗଡ ପଞ୍ଚାୟତ ସମିତି ଅଧକ୍ଷ ମନୋହର ହରପାଲ, ବେଡାଗାଁ ସରପଞ୍ଚ ପ୍ରତିନିଧି ସାନ ମାଝୀ, ସମାଜ ସେବୀ କିଶୋର ଚନ୍ଦ୍ର ହରପାଲ, ୱାର୍ଡ଼ ସଭ୍ୟ ଫୁଲସର୍ ହରିଜନ, ଗାଁ ମୁଖିଆ ଗୌର ଚନ୍ଦ୍ର ରାଜୁ, ସମିତି ସଭ୍ୟା ପ୍ରତିନିଧି ତ୍ରିନାଥ ମାଝୀ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ ।

ଏଥିରେ ଉପସ୍ଥିତ ଅତିଥିଙ୍କ ଦ୍ୱାରା ବିଜେତା ଦଳକୁ ଦୁଇ ହଜାର ନଗଦ ଅର୍ଥରାଶି ସହିତ କପ୍ ପ୍ରଦାନ କରାଯାଇଥିବାବେଳେ ସେହିପରି ପରାଜୟ ଦଳକୁ ମଧ୍ୟ ନଗଦ ପନ୍ଦରଶହ ଅର୍ଥରାଶି ସହିତ ଏକ କପ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ ମ୍ୟାଚ ଚଳିତ ମାସ ୫ ତାରିଖ ସୋମବାରରୁ ୭ ତାରିଖ ବୁଧବାର ପର୍ଯ୍ୟନ୍ତ ୩ ଦିନ ଧରି ଚାଲିଥିବା ଏହି ମ୍ୟାଚରେ କିଶୋର ବେହେରା, ଲକ୍ଷ ବେହେରା ଓ ପ୍ରକାଶ ମାଝୀ ଅମ୍ପିୟାର ଭାର ତୁଲାଇ ଖେଳ ପରିଚାଳନା କରିଥିବାବେଳେ ହିତେଶ ବେହେରା ମଞ୍ଚ ପରିଚାଳନା କରିଥିଲେ । ଉକ୍ତ ମ୍ୟାଚରେ ବେଡ଼ାଗାଁ କ୍ରିକେଟ କ୍ଲବର ସଦସ୍ୟ ଭକ୍ତ ହରିଜନ, ରୁହନ୍ ରାଜୁ, ନକୁଳ ମାଝୀ, ଖିତ ମାଝୀ, ଧନୁ ମାଝୀ, ପ୍ରକାଶ ମାଝୀ ଓ ସମସ୍ତ ସଦସ୍ୟ ପ୍ରମୁଖ ବିଶେଷ ସହଯୋଗ କରିଥିଲେ ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...