32.9 C
Balāngīr
Monday, April 28, 2025

ବେହେରା ଠାରେ ଦଣ୍ଡପାଟ ବ୍ଲକ ଘୋଷଣା ପାଇଁ ଜିଲ୍ଲପାଳଙ୍କୁ ଭେଟିଲେ ଅଂଚଳ ବାସୀ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Must read

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୦୭/୦୨) : କିଛି ଦିନ ତଳେ ଓଡିଶା ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମ ରେ ତାଙ୍କ ସରକାର ବ୍ଲକ ପୁନର୍ଗଠନ ପାଇଁ ଚିନ୍ତା କରୁଥିବା ବିଷୟ ପ୍ରକାଶ କରିବା ପରେ ରାଜ୍ୟର ବିଭିନ୍ନ ଅଂଚଳରେ ଲୋକଙ୍କ ଭିତରେ ନୂତନ ବ୍ଲକ ଗଠନ ନେଇ ଆଶା ସଂଚାର ହୋଇଛି ।

ବିଶେଷକରି କଳାହାଣ୍ଡି ଜିଲ୍ଲାର ଐତିହାସିକ ଦଣ୍ଡପାଟ ଅଂଚଳ ର ୧୧ ଗୋଟି ପଂଚାୟତକୁ ନେଇ ନୂତନ ଭାବେ ଦଣ୍ଡପାଟ ବ୍ଲକ ଘୋଷଣା ପାଇଁ ଅଂଚଳ ବାସୀ ଆଜି କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଭେଟି ତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରସ୍ତାବିତ ଏହି ନୂତନ ବ୍ଲକ ପାଇଁ ଆଜି ଧର୍ମଗଡ଼ ବ୍ଲକର ବେହେରା, ଜୟନ୍ତପୁର, ଛଞ୍ଚାଣବାହଲି, ଧଅରପୁର, ତେଣ୍ଡାପାଲି ପଂଚାୟତ ଓ କୋକସରା ବ୍ଲକ ର ଗୋତମୁଣ୍ଡା, ସାନପୋଡଗୁଡା, ଡାଲଗୁମା, ମୂଷାପାଲି, ଡହଗାଁ ଓ ଖୁଣ୍ଟିଆ ପଂଚାୟତ ର ସମସ୍ତ ପଂଚାୟତ ପ୍ରତିନିଧି, ବୁଦ୍ଧିଜୀବୀ ଦଳ ମତ ନିର୍ବିଶେଷରେ ସମସ୍ତେ ମିଶି ଆଜି ଜିଲ୍ଲାପାଳ କଳାହାଣ୍ଡି ଙ୍କୁ ବେହେରା ଠାରେ ଦଣ୍ଡପାଟ ବ୍ଲକ ପ୍ରତିଷ୍ଠା କରିବା ପାଇଁ ଜିଲ୍ଲା ପ୍ରଶାସନ ର ସାହାଯ୍ୟ ଲୋଡ଼ିଥିଲେ ।

ବେହେରା ଗ୍ରାମ ହେଉଛି ଦଣ୍ଡପାଟ ଅଂଚଳର ମୁଖ୍ୟ ବାବାସାୟିକ କେନ୍ଦ୍ର. ବେହେରା ଗ୍ରାମ ଉପରେ ଏହି ଅଂଚଳ ବ୍ୟତୀତ ପଡୋଶୀ ନବରଙ୍ଗପୁର ଜିଲ୍ଲା ଓ ଛତିଶଗଡ଼ ରାଜ୍ୟର ଶହ ଶହ ବ୍ୟକ୍ତି ପ୍ରତ୍ୟେକ ଦିନ ନିଜର ଜୀବନ ଜୀବିକା ପାଇଁ ନିର୍ଭର କରନ୍ତି. ଠିକ ସେହିଭଳି ବେହେରା ଠାରେ +2 ଓ +3 କଲେଜ, ପ୍ରାଥମିକ ଚିକିତ୍ସାଳୟ, ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଭଳି ଅନେକ ସରକାରୀ କାର୍ଯ୍ୟାଳୟ ଥିବାରୁ ଏହି ଅଂଚଳର ଲୋକ ମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇଥାନ୍ତି. ତେଣୁ ନୁଆଁ ସରକାର ଦଣ୍ଡପାଟରେ ଏକ ନୂତନ ବ୍ଲକ ଗଠନ ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ସେମାନେ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି ।

ବର୍ତମାନ ଓଡିଶାରେ ଡବଲ ଇଂଜିନର ସରକାର ତେଣୁ ବ୍ଲକ ପୁନର୍ଗଠନ କରି ଇତିହାସ ସୃଷ୍ଟି କରିବାକୁ ଲୋକେ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି. ପୁନଶ୍ଚ ଜିଲ୍ଲାପାଳ ମଧ୍ୟ ତାଙ୍କ ଅବଧିରେ ବେହେରା ଠାରେ ଦଣ୍ଡପାଟ ବ୍ଲକ ଗଠନ କରିବା ପାଇଁ ସରକାର ଙ୍କୁ ନିଜର ଏକ ଉତ୍ତମ ସୁପାରିଶ କରିବାକୁ ସମବେତ ବୁଦ୍ଧିଜୀବୀ ଅନୁରୋଧ କରିଥିଲେ. ଉକ୍ତ ଦାବୀ ଉପରେ ପ୍ରତିକ୍ରିୟା ରଖି ଜିଲ୍ଲାପାଳ ସରକାର ତ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ବ୍ଲକ ପୁନର୍ଗଠନ ପାଇଁ ନୋଟିସ ଜାରି କରି ନାହାନ୍ତି. ଆଗାମୀ ଦିନରେ ଏଭଳି ବିଜ୍ଞପ୍ତି ପ୍ରକାଶ ପାଇଲେ ସେ ସରକାର ଙ୍କ ନିୟମ ମୁତାବକ ନିଶ୍ଚୟ ସାହାଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ ।

ଆଜିକାର ଏହି କାର୍ଯ୍ୟକ୍ରମରେ ଦଣ୍ଡପାଟ ବ୍ଲକ କ୍ରିୟାନୁଷ୍ଠାନ କମିଟି ର ସଭାପତି ଘନଶ୍ୟାମ ପଟେଲ, କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, ସମ୍ପାଦକ ପ୍ରଶାନ୍ତ ତିୱାରି, ଉପଦେଷ୍ଟା କମିଟି ଅଧ୍ୟକ୍ଷ ଧର୍ମାନନ୍ଦ ସେଠିଆ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସରପଞ୍ଚ ଗୌଲୋଚନ ଗୋପାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୂଝରୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭିକାରି ନିଆଲ, ଭବେଶ ଗଇନ୍ତା, ନୌଜଲ ବାଗ, ସମତି ସଭ୍ୟ କିଶୋର ନାଗ, ଭାରତ ଗୋପାଳ, ତୁଳସୀ ରାମ ବାରିକ, ଚିତ୍ତରଞ୍ଜନ ପୂଝାରୀ, ବଳରାମ ପୂଝାରୀ, ଚନ୍ଦ୍ରଶେଖର ନାଏକ, ଚନ୍ଦନ ବାଣୁଆ, ଗୌରଚନ୍ଦ୍ର ବାଗ,ରାଜୁ ସିଂ ଠାକୁର, ଖଗପତି ନାଏକ,ଧର୍ମେନ୍ଦ୍ର ସୋନି, ତ୍ରିଲୋକନାଥ ସିଂ, ସୁରେନ୍ଦ୍ର ନାଏକ, କମଲୁ ଗୋପାଳ, ସି୍ଧେଶ୍ୱର ଭଇଁସାଲ ଆଦି ଉପସ୍ଥିତ ଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...