32.9 C
Balāngīr
Wednesday, April 30, 2025

ବୋରିଗୁମ୍ମା ବିଡ଼ିଓଙ୍କ ଅଭିଯୋଗ ଶୁଣାଣି

Must read

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୩/୩) : ବୋରିଗୁମ୍ମା ବ୍ଲକ୍ ଅନ୍ତର୍ଗତ ଶସାହାଣ୍ଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ପଞ୍ଚାୟତ ବାସୀଙ୍କ ବିଭିନ୍ନ ଅଭିଯୋଗର ଜନଶୁଣାଣି ଅନୁଷ୍ଠିତ ହୋଇଥିଲା ।ବୋରିଗୁମ୍ମା

ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ଧ୍ୟା ସମରଥ ଅଭିଯୋଗ ଗ୍ରହଣ କରିବା ସହ ଉପସ୍ଥିତ ଥିବା ବିଭିନ୍ନ ସରକାରୀ ବିଭାଗୀୟ କର୍ମଚାରୀ ମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ l ଏହି ଅଭିଯୋଗ ଶୁଣାଣିରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ଜଳ ଯୋଗାଣ, ଆବାସ ଗୃହ, କୃଷି, ମନରେଗା ଯୋଜନା, ଭତ୍ତା, ପିଡିଏସ ଆଦି ବିଷୟରେ ୨୩ ଗୋଟି ଅଭିଯୋଗ ଦାଖଲ ହୋଇଥିଲା । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ତହସିଲଦାର,ସହାୟକ ଯନ୍ତ୍ରୀ, ଡ଼କ୍ଟର , ଜିପିଡିଓ ସ୍ଵାଗତିକା ଗୋପାଳ, ବି.ଏସ.ଏସ.ଓ., ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଯୋଗାଣ ନିରୀକ୍ଷକ,ବିପିସି, ଆର.ଏଚ., କୃଷି କର୍ମଚାରୀ, ସରପଞ୍ଚ ପଦ୍ମିନୀ ମାଝୀ, ସମିତି ସଭ୍ୟ ସୁକମନ ଭତ୍ରା, ୱାର୍ଡ ମେମ୍ବର, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଏଡିଇଓ ସନ୍ତୋଷ ବିଷୋୟୀ ,ଏଇ ସତ୍ୟନାରାୟଣ ସେଠୀ, ଜେଇ ରବିନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲାବେଳେ ଏହି କାର୍ଯ୍ୟକ୍ରମକୁ ପି.ଇ.ଓ. କ୍ରିଷ୍ଣା ରାଓ ପରିଚାଳନା କରିଥିଲେ ।

ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡଃ ଦିଲ୍ଲୀପ କୁମାର ନାଥ ଅଂଶୁଘାତ ଓ ମଶାରୀ ବଣ୍ଟନ ସଂପର୍କରେ ସଚେତନ କରିବା ସହ ବିଦ୍ୟାଳୟରେ ଛାତ୍ରୀମାନେ ଗର୍ଭବତୀ ହେବାର କିଛି ଘଟଣା ଲୋକ ଲୋଚନକୁ ଆସି ଥିବାରୁ ବିଦ୍ୟାଳୟ ଗୁଡିକରେ ପ୍ରତି ଛାତ୍ରୀଙ୍କର ମାସିକ ଧର୍ମ ଆସିବା ତାରିଖ ରେକର୍ଡ଼ ଭୁକ୍ତ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...