32.9 C
Balāngīr
Wednesday, April 23, 2025

ବୋଲେରୋକୁ ଧକ୍କା ଦେଲା ହାଇୱା : ୩ ମୃତ, ୨ ଗୁରୁତର

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ସୁବର୍ଣ୍ଣପୁର (୨୬/୦୩ – ଆ.ପ୍ର): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସୋନପୁର – ସମ୍ବଲପୁର ମୁଖ୍ୟ ରାସ୍ତା ମାଟୁପାଲି (ଠାକୁରପଡା) ଛକ ନିକଟରେ ଆଜି ସନ୍ଧ୍ୟାରେ ଭାରସାମ୍ୟ ହରାଇ ବିଦ୍ୟୁତ ବିଭାଗ ତଥା ଟିପିଡବ୍ଲୁଓଡିଏଲ ଅଧିନସ୍ଥ ଏକ ବୋଲେରୋକୁ ଧକ୍କା ଦେଇଛି ହାଇୱା ।be0e16f5 a2f6 4459 b633 5d00fd2970ab ବୋଲେରୋକୁ ଧକ୍କା ଦେଲା ହାଇୱା : ୩ ମୃତ, ୨ ଗୁରୁତର

ଦୁର୍ଘଟଣାରେ ବିଦ୍ୟୁତ ବିଭାଗର କର୍ମଚରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏଥିସହ ହାଇୱାର ଚାଳକ ଏବଂ ହେଲପର ଗୁରୁତର ଆହତ ହୋଇଛନ୍ତି । ମୃତକ ମାନେ ଉଲୁଣ୍ଡା ଥାନା ଗୌଡଗାଁ ଗ୍ରାମର ସ୍ୱର୍ଗତ ବେଟିଖାଇ ପୁରୋହିତଙ୍କ ପୁଅ ଆର୍ତତ୍ରାଣ ପୁରୋହିତ (୪୦), ସ୍ୱର୍ଗତ ଅର୍ଜୁନ ପାତ୍ରଙ୍କ ପୁଅ ପପୁନ ଓରଫ ସଂଜିବ ପାତ୍ର (୪୦) ଏବଂ ବୀରମହାରାଜପୁର ଥାନା ନାଏକପଡା ଗ୍ରାମର ସୁଶୀଲ ନାଏକ (୨୮) ବୋଲି ଜଣାପଡିଛି । ଅନ୍ୟପଟେ ଗୁରୁତର ଆହତ ଥିବା ହାଇୱା ଚାଳକ ଓ ହେଲପରଙ୍କ ପରିଚୟ ମିଳି ପାରିନାହିଁ ।

01828c30 c526 4a1f 872f db36e24a781f ବୋଲେରୋକୁ ଧକ୍କା ଦେଲା ହାଇୱା : ୩ ମୃତ, ୨ ଗୁରୁତରସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ସିଣ୍ଢୋଲ ଅଂଚଳରୁ ବିଦ୍ୟୁତ ବିଲ ଟଙ୍କା ସଙ୍ଗ୍ରହ କରି ବୋଲେରୋରେ ଉଲୁଣ୍ଡା ଫେରୁଥିବା ବେଳେ ସାମ୍ନାରୁ ଦୃତଗତିରେ ଯାଉଥିବା ଏକ ହାଇୱା ଭାରସାମ୍ୟ ହରାଇ ବୋଲେରୋକୁ ଧକ୍କା ଦେବା ସହିତ ରାସ୍ତା ପାର୍ଶ୍ଵରେ ଏକ ଗଛରେ ବାଡେଇ ଦେଇଥିଲା । ଦୁର୍ଘଟଣା ଫଳରେ ଉଭୟ ବୋଲେରୋ ଏବଂ ହାଇୱା ରାସ୍ତା ଉପରେ ଓଲଟି ପଡିଥିଲା । ବୋଲେରୋ ଚାଳକ ସୁଶୀଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପପୁନକୁ ଉଲୁଣ୍ଡା ଡାକ୍ତରଖାନା ଏବଂ ଆର୍ତତ୍ରାଣଙ୍କୁ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ସେହିପରି ହାଇୱା ଚାଳକ ଏବଂ ହେଲପରଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ରହିଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଜାରି ରହିଛି । ଉଲୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବୋଲେରୋ ଏବଂ ହାଇୱା ଜବତ କରିବା ସହିତ ତଦନ୍ତ ଜାରି ରଖିଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...