32.9 C
Balāngīr
Saturday, July 12, 2025

ବୋଲେରୋ – ବାଇକ୍ ମୁହାଁମୁହିଁ ଧକ୍କା,୩ ବାଇକ ଆରୋହୀ ଗୁରୁତର

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୭/୦୫) : ବଲାଙ୍ଗିର ଜିଲ୍ଲା ମୁରିବାହାଲରୁ ଟିକ୍ରାପଡା ରାସ୍ତାର ଅନ୍ତର୍ଲା ଗ୍ରାମ ଶେଷ ମୁଣ୍ଡରେ ସୋମବାର ଏକ ବୋଲେରୋ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକରେ ଥିବା ୩ଜଣ ଅତ୍ୟନ୍ତ ଗୁରୁତର ଆହତ ହୋଇଥିବା ଜଣାପଡିଛି ।WhatsApp Image 2024 05 27 at 21.24.29 ବୋଲେରୋ - ବାଇକ୍ ମୁହାଁମୁହିଁ ଧକ୍କା,୩ ବାଇକ ଆରୋହୀ ଗୁରୁତର

ପାଟଣାଗଡ ବିଦ୍ୟୁତ୍ ବିଭାଗରେ ନିୟୋଜିତ ଏକ ବୋଲେରୋ ଓଡ଼ି ୦୩ ଇ ୫୨୨୨ ଅନ୍ତର୍ଲା ପେଟ୍ରୋଲ ପମ୍ପକୁ ତେଲ ପକାଇବା ପାଇଁ ଆସୁଥିବା ବେଳେ ଅପର ପାର୍ଶ୍ୱରୁ ବାଇକ୍ ଓଡ଼ି ୦୩ ଜେଡ ୯୯୮୦ରେ କଣ୍ଟାବାଞ୍ଜି ଥାନା ସର୍ଗୁଲ ଗ୍ରାମର ତିନିଜଣ ବ୍ୟକ୍ତି ବଲାଙ୍ଗିର ଜେଲକୁ ଜଣେ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଉଥିବା ବେଳେ ଘଟଣାସ୍ଥଳରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ତିନି ବାଇକ୍ ଆରୋହୀ ରାସ୍ତା ପାର୍ଶ୍ବକୁ ଛିଟିକି ପଡ଼ି ଗୁରୁତର ଆହତ ଅବସ୍ଥାରେ ପଡ଼ିରହିଥିଲେ।ଗୁରୁତର ଆହତ ମାନେ ହେଲେ ସର୍ଗୁଲ ଗ୍ରାମର ବୁଦ୍ଧିସାଗର ବାଉକ (୪୫), ଭଜମନ ବାଉକ (୫୫) ଓ କୁଳମଣି ଛୁରା(୬୦) ବୋଲି ଜଣାପଡିଛି ।

ସ୍ଥାନିୟ ଲୋକେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ପଠାଇଥିଲେ । ଗୁରୁତର ବୁଦ୍ଧିସାଗରଙ୍କ ମୁହଁରେ ଗୁରୁତର ଆଘାତ ଲାଗି ମୁହଁ ରକ୍ତାକ୍ତ ହୋଇପଡ଼ି ଥିବା ବେଳେ ଗୋଡ ମଧ୍ୟ ଭାଙ୍ଗି ଯାଇଛି ।ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସେହିପରି ଅନ୍ୟ ଦୁଇ ଆରୋହୀ ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି । ଦୁର୍ଘଟଣାରେ ବୋଲେରୋର ମଧ୍ୟ ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି ।ମୁରିବାହାଲ ଥାନା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡ଼ିକୁ ଜବତ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...