ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୦୩/୧୦) : ବୌଦ୍ଧ-କିଆକଟା ମହାନଦୀ ବ୍ରିଜ଼ ଉପରେ ଆଜି ସନ୍ଧ୍ୟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି | ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ନିଖୋଜ ହୋଇଥିବା ର ସନ୍ଦେହ କରାଯାଉଛି |
ସୂଚନା ଅନୁଯାଉ ଆଜି ସାନ୍ଧ୍ୟରେ ଏକ ଡିଜାର ବୌଦ୍ଧ-କିଆକଟା ପଟୁ ଆସୁଥିବା ଏକ ବାଇକ OR A6729ସହ ମହାନଦୀ ବ୍ରିଜ଼ ଉପରେ ମୁହଁl ମୁହିଁ ଧକ୍କା ହୋଇଥିଲା | ଫଳରେ ବାଇକ ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବାଇକ ରେ ବସିଥିବା ଆଉ ଜଣେ ମହାନଦୀ ଭିତର କୁ ଖସି ଯାଇଥିବାର ଅନୁମାନ କରାଯାଉଛି | କାର ଟି ବାଇକ କୁ ଧକ୍କା ଦେଇ ୧୦୦ ମିଟର ଘୋଷାଡ଼ି ନେଇଥିବାର ଜଣା ପଡୁଛି | ବାଇକ ରେ ଥିବା ୨ ଜଣଙ୍କ ପରିଚୟ ମିଳିନ ଥିବାରୁ ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ବହୁ ମାତ୍ରାରେ ତନା ଘନା କରି ତଦନ୍ତ ଚଳାଇଛି |