32.9 C
Balāngīr
Friday, June 13, 2025

ବୌଦ୍ଧ ଜିଲ୍ଲା କଂଗ୍ରେସ ର “RGPRS” ସଂଗଠନ ର ସଂକଳ୍ପ ଶିବିର ଅନୁଷ୍ଠିତ

Must read

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୦୩/୧୦) : ଜାତୀୟ କଂଗ୍ରେସ ଦଳର ଅନ୍ୟତମ ଛାମୁଆ ସଂଗଠନ ମଧ୍ୟରେ RGPRS (ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ) ଅନ୍ତର୍ଭୁକ୍ତ | ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ ଆନୁକୂଲ୍ୟରେ,ଜିଲ୍ଲା ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ର ସଭାପତି ସମରେନ୍ଦ୍ର ମହାକୁଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି |

ଆଜିର ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର ଏବଂ ସମ୍ମାନୀୟ ଅତିଥି ଶ୍ରୀ ରଜନୀ ଦାସ ଓ ବୟୋଜ୍ୟେଷ୍ଠ କଂଗ୍ରେସ ନେତା ସଦାନନ୍ଦ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ | ଜିଲ୍ଲାର ୩ ଗୋଟି ବ୍ଲକର RGPRS ସଭାପତିଙ୍କ ସହ ସମସ୍ତ ୯ ଗୋଟି ଜୋନର ଜୋନାଲ ସଂଯୋଜକ ମାନଙ୍କ ସହ କେତେକ ପଞ୍ଚାୟତ ସ୍ତରୀୟ ସଂଯୋଜକ ମାନେ ମଧ୍ୟ ଉପସ୍ଥିତ ରହି ଥିଲେ |

ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରବର୍ତ୍ତକ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରୀଯୁକ୍ତ ରାଜୀବ ଗାନ୍ଧୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ପ୍ରଶିକ୍ଷଣ ଶିବିର ଆରମ୍ଭ କରାଯାଇଥିଲା | ଜିଲ୍ଲା କଂଗ୍ରେସ ସଭାପତି ସର୍ବପ୍ରଥମେ ପଞ୍ଚାୟତରାଜ ବ୍ୟବସ୍ଥା କଣ ଓ କାହିଁକି ଏବଂ କେଉଁ ମାନଙ୍କ ପାଇଁ ଉଦ୍ଦିଷ୍ଟ ସମ୍ପର୍କିତ ତଥ୍ୟ ବିଷଦ ଭାବେ ଉପସ୍ଥାପନା କରିବା ସହ, ବର୍ତ୍ତମାନ ସେହି ବ୍ୟବସ୍ଥାକୁ କିପରି କେନ୍ଦ୍ର ଓ ରାଜ୍ୟ ସରକାର ଅଣଦେଖା କରି ଖୁଲମ ଖୁଲା ଦୁର୍ନୀତିର ପାହାଡ଼ ସୃଷ୍ଟି କରିବାରେ ବ୍ୟସ୍ତ ରହିଛନ୍ତି ତେଣୁ ଦେଶ ଓ ରାଜ୍ୟ ଏକ ବିଷମ ପରିସ୍ଥିତି ଦେଇ ଗତି କରୁଥିବାରୁ ଧନୀ ଅଧିକ ବିତ୍ତଶାଳୀ ହେଉଥିବା ବେଳେ ଗରୀବ ଖଟିଖିଆ ତାର ସାମାନ୍ୟତମ ମୌଳିକ ଅଧିକାର ରୁ ବଞ୍ଚିତ ହେବା ସହ ଦିନକୁ ଦିନ ଗରିବରୁ ଅତି ଗରୀବ ହୋଇ ଚାଲିଛି |

ପ୍ରତିବର୍ଷ ଆମ ଜିଲ୍ଲାକୁ ସହ ସହ କୋଟି ଟଙ୍କା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ରେ ଆସୁଥିବା ଅନୁଦାନ କୁ ମନ୍ତ୍ରୀ ଅମଲା ସଲାସୁତୁରା ହୋଇ ଲୁଟିବାରେ ଲାଗିଛନ୍ତି କିନ୍ତୁ ପ୍ରକୃତ ହିତାଧିକାରୀ ଏଥିରୁ ବାଦ ପଡିବା ସହ ରାଜ୍ୟବହାର କୁ ଦାଦନ ଖଟିବାକୁ ଯିବାକୁ ପଡୁଛି | ଏହି ମନରେଗା ଆଇନ କୁ କଂଗ୍ରେସ ସରକାରରେ ଥିଲାବେଳେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଆର୍ଥିକ ଅଭିବୃଦ୍ଧି କୁ ଦୃଷ୍ଟିରେ ରଖି ସୃଷ୍ଟି କରିବା ସହ ଯେଉଁମାନେ ଏହାର ଲାଭ ପାଇବେ ସେମାନଙ୍କ ପରିବାର ମାନଙ୍କୁ ଜବକାର୍ଡ ପ୍ରଦାନ କରାଯାଇ ଚି଼ହ୍ନଟ କରାଯାଇ ଅତି କମରେ ବର୍ଷକୁ ଜବକାର୍ଡଧାରୀ ପରିବାର ମାନଙ୍କୁ ଶହେ ଦିନର କାମ ସରକାର ଯୋଗାଇ ଦେବାକୁ ବାଧ୍ୟ |

ଯଦି କାମ ଯୋଗାଇବାରେ ବିଫଳ ହେବେ ତେବେ ସେହି ପରିବାର ମାନଙ୍କୁ ମାସିକ ଭତ୍ତା ଦେବାକୁ ବାଧ୍ୟହେବେ ବୋଲି ଆଇନ ରେ ଉଲ୍ଲେଖ ଅଛି କିନ୍ତୁ ଶାସକ ଦଳ ଜାଣିଶୁଣି ଜବକାର୍ଡ ଧାରୀ ମାନଙ୍କ ଅର୍ଥକୁ ହରିଲୁଟ କରୁଛନ୍ତି | ଆପଣ ମାନେ ବର୍ତ୍ତମାନ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ମାନଙ୍କରେ ରହିଥିବା ଜବକାର୍ଡ ଧାରିଙ୍କୁ ସଚେତନ କରନ୍ତୁ ଯେପରି ତାଙ୍କ କାର୍ଡକୁ କାହାରିକୁ ଦେବେ ନାହିଁ, ଆଗାମୀ ଦିନରେ ଆମ ଜିଲ୍ଲାର ଜବକାର୍ଡ ଧାରୀଙ୍କୁ ଜିଲ୍ଲା ପ୍ରଶାସନ କାମ ଦେବ ନହେଲେ ଭତ୍ତା ଦେବାକୁ ବାଧ୍ୟ ହେବାର ବ୍ୟବସ୍ଥା ଏହି RGPRS ଦ୍ୱାରା ଜିଲ୍ଲା କଂଗ୍ରେସ ସମ୍ପୂର୍ଣ ଭାବେ ସହଯୋଗ କରି ସଫଳ କରାଇବ ବୋଲି ସଭାପତି ଦୃଢୋକ୍ତି ପ୍ରକାଶ କରିଥିଲେ |

ରଜନୀ ଦାସ ମଧ୍ୟ ଅନୁରୂପ ଭାବେ ବର୍ତ୍ତମାନ “ମନରେଗା” ଅର୍ଥକୁ ଅସଦ ଉପାୟରେ ବିନିଯୋଗ କରାଯାଇ ମୂଳଲକ୍ଷକୁ ବିଚ୍ୟୁତ କରାଯାଉଥିବା କଥାକୁ ଉପସ୍ଥାପିତ କରିବା ସହ ପଞ୍ଚାୟତିରାଜ ରେ ରହିଥିବା ବିଧି ବ୍ୟବସ୍ଥା ସମ୍ପର୍କରେ ଉପସ୍ଥିତ କର୍ମୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ | ବୟୋଜ୍ୟେଷ୍ଠ କଂଗ୍ରେସ ନେତା ସଦାନନ୍ଦ ପ୍ରଧାନ ଆବାସ ଯୋଜନା ମୋ କୁଡ଼ିଆ, ବିଜୁ ପକ୍କାଘର, ବାର୍ଦ୍ଧକ୍ୟ ଭତ୍ତା, ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ରାସ୍ତାଘାଟ ଆଦି ନିର୍ମାଣ ରେ ହରିଲୁଟ ଚାଲିଛି ତେଣୁ ସୂଚନା ଅଧିକାର ଆଇନ କୁ କଡାକଡ଼ି ଭାବେ ଉପସ୍ଥିତ କର୍ମୀମାନେ ବ୍ୟବହାର କରିବାକୁ ଆହ୍ୱାନ ଦେଇଥିଲେ |

ସଂକଳ୍ପ ଶିବିରରେ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତାଙ୍କୁ ମାନପତ୍ର ପ୍ରଦାନ କରାଯାଇ ଥିବାବେଳେ ଜିଲ୍ଲା କଂଗ୍ରେସ ଉପ-ସଭାପତି ସମରେଶ ମିଶ୍ର ଧନ୍ୟବାଦ ପ୍ରଦାନ କରି ଥିଲେ |

ବୌଦ୍ଧ, ହରଭଙ୍ଗା, କଣ୍ଟାମାଳ ବ୍ଲକ ସଂଯୋଜକ ଜୟନ୍ତ ପାଣିଗ୍ରାହୀ, ଶୁଶୀଲ ସେଠି, ସୁରଥ ମେଣ୍ଡିଲି ଉପସ୍ଥିତ ଥିବାବେଳେ ଜୋନ ସ୍ତରରୁ କରୁଣା କର କହଁର, ପ୍ରଦ୍ୟୁମ୍ନ ପ୍ରଧାନ, ରାଜେଶ ପ୍ରଧାନ, ଭବାନୀ ବିଶ୍ୱାଳ, ରାକେଶ ପ୍ରଧାନ,ନିରଂଜନ ରଣା, ସରୋଜ ନାଗ, ଦିନମଣି ସ୍ୱାଇଁ, ବିଶ୍ୱଜିତ ହରିପାଳ, ଚିତ୍ତରଞ୍ଜନ ପାଣିଗ୍ରାହୀ, ସୁବାଷ ବାରିକ, ଆଶିଷ ଜେନା,ବିମଳ ସେଠି, ହଳଧର ମେଣ୍ଡିଲି, ଝରିଆ ସାହୁ, ପଙ୍କଜ କର୍ଣ୍ଣ, ପଙ୍କଜ ଦେବାଙ୍ଗନ, ବେଣୁଧର ମେହେର, ପୌଲସ୍ତି ପ୍ରଧାନ, ଅର୍ଜୁନ ମହାନନ୍ଦିଆ ଓ ଜିଲ୍ଲା କଂଗ୍ରେସ ସଭ୍ୟ ଗଣେଶ ପ୍ରସାଦ ଅଗ୍ରୱାଲ ପ୍ରମୁଖ ଏହି ସଂକଳ୍ପ ଶିବିରରେ ଉପସ୍ଥିତ ଥିଲେ |

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...