32.9 C
Balāngīr
Thursday, June 12, 2025

ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କଲେ “ବାଳୁକା ଶିଳ୍ପୀ “ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,ବୌଦ୍ଧ,(୨୮/୦୯) : ମଙ୍ଗଳବାର ପୂର୍ବାହ୍ନ ୮.୩୦ ମିନିଟ ସମୟରେ ବାଳୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କ ବୌଦ୍ଧ ସର୍କିଟ ହାଉସ ଠାରେ ସପରିବାର ପହଁଛି ଥିଲେ | ସେଠାରେ ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଥିଲା | ୯ ଘଣ୍ଟା ସମୟରେ ଶ୍ରୀ ପଟ୍ଟନାୟକଙ୍କୁ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ କୁ ପରିଦର୍ଶନ କରାଯାଇଥିଲା |55732419 2506 4b78 b465 9e96ae6326c4 ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କଲେ "ବାଳୁକା ଶିଳ୍ପୀ "ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପହଂଚିବା ପରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ତାଙ୍କୁ ପୁଷ୍ପ ମାଳ ଓ ଉପଢୌକନ ଦେଇ ଅଭିବାଦନ ଜଣାଇଥିଲେ | ଏହାପରେ ଶ୍ରୀ ପଟ୍ଟନାୟକ ଜିଲ୍ଲା ସଂଗ୍ରହାଳୟ ପର୍ଯ୍ୟଟନ ପ୍ରକୋଷ୍ଠ,ଐତିହାସିକ ଓ ପ୍ରତ୍ନ ତତ୍ୱ ବିଭାଗ, ଉନ୍ନୟନ ପ୍ରକଳ୍ପ, ହସ୍ତ ତନ୍ତ ପ୍ରକୋଷ୍ଠ, ବୌଦ୍ଧର କ୍ଷାତିସମ୍ପନ୍ନ ବ୍ୟକ୍ତିଙ୍କ ପ୍ରକୋଷ୍ଠ, ପୁରାତନ ଅଭିଲେଖାଗାର ପ୍ରମୁଖ ବୁଲି ଦେଖିଲା ପରେ ସେ ଅଦ୍ଭୁତ ହୋଇଯାଇଥିଲେ | ନିଜ ଗଭୀରତମ ହୃଦୟରୁ ଜିଲ୍ଲାପାଳଙ୍କୁ ଭୁରି ଭୁରି ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ |

ଶ୍ରୀ ପଟ୍ଟନାୟକ ସହିତ ତାଙ୍କ ଧର୍ମ ପତ୍ନୀ ଓ ଦୁଇ ଝିଅ ମଧ୍ୟ ସଂଗ୍ରହାଳୟ ପରିଦର୍ଶନ କରିଥିଲେ | ଓଡିଶା ରାଜ୍ୟରେ ଥିବା ସଂଗ୍ରହାଳୟ ମଧ୍ୟରୁ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ଅନନ୍ୟ ବୋଲି କହିଥିଲେ | ଜିଲ୍ଲାପାଳଙ୍କ ସହିତ ସଂଗ୍ରହାଳୟ ବିଷୟରେ ବିଭିନ୍ନ ଆଲୋଚନା କରିବା ସହିତ ପରିଦର୍ଶନ ମାନଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ନିଜର ବିଭିନ୍ନ ଚିନ୍ତାଧାରା ଜିଲ୍ଲା ପାଳଙ୍କୁ ଅବଗତ କରାଇଥିଲେ |

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ରିତା କାନ୍ତି ବଳିୟାରସିଂ ନିଜରତ ଅଫିସର ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଧରୁଆ, ସ୍ଥାପତି ସୁମନ ଷଡ଼ଙ୍ଗୀ, ସେକ୍ସନ ଅଫିସର ମାନସ ରଞ୍ଜନ ସେଠି, ଏବଂ ଜିଲ୍ଲା ସଂଗ୍ରହାଳୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ | ସୂଚନା ଯୋଗ୍ୟ ଯେ ସେପ୍ଟେମ୍ବର ମାସ ୨୨ ଓ ୨୩ ରେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ସଚିବ ମନସ୍ମିନୀ ସାହୁ ମଧ୍ୟ ଜିଲ୍ଲା ସଂଗ୍ରହାଳୟ ଦେଖି ବହୁତ ଖୁସି ହେବା ସହିତ ସାରା ରାଜ୍ୟରେ ଏହି ସଂଗ୍ରହାଳୟ ଖୁବ କମ ଦୀନରେ ଅଧିକ ନାମ କରିବ ବୋଲି ମତବ୍ୟକ୍ତ କରିଥିଲେ |

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...