32.9 C
Balāngīr
Thursday, June 12, 2025

ବୌଦ୍ଧ ପୋଲିସ ପକ୍ଷରୁ ବିପୁଳ ଗଞ୍ଜେଇ ଜବତ; ଅଭିଯୁକ୍ତକୁ କୋର୍ଟ ଚାଲାଣ

Must read

ବୌଦ୍ଧ, (୨୪/୦୫) : ଆପ୍ର. : ଶୁକ୍ରବାର ବୌଦ୍ଧ ପୋଲିସକୁ ମିଳିଲା ସଫଳତା । ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି ।

ଶୁକ୍ରବାର ବୌଦ୍ଧ ପୋଲିସ ପକ୍ଷରୁ ବୌଦ୍ଧ ସହରର ରାଜନପାଲି ନିକଟରୁ ୭୦ କେଜି ଗଞ୍ଜେଇ ଜବତ ମାମଲାରେ ୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ, ଗୁରୁବାର ବୌଦ୍ଧ ସହର ଅନ୍ତର୍ଗତ ରାଜନପାଲି ରଜାବନ୍ଧ ନିକଟରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ନେଇ ବୌଦ୍ଧ ପୋଲିସ ଖବର ପାଇ ଚଢାଉ କରିଥିଲା । ରାଜନପାଲି ରଜାବନ୍ଧ ହୁଡ଼ାର ଏକ ବୁଦା ଭିତରୁ ୭୦ କେଜି ଗଞ୍ଜେଇ ଜବତ କରିବା ସହ ଘଟଣାସ୍ଥଳରୁ ୨ଟି ବାଇକ ସହ ୭ ଜଣଙ୍କୁ ଗିରଫ କରାଯାଇଥିଲା । ଏ ସମ୍ପର୍କରେ ବୌଦ୍ଧ ଥାନାରେ ଏକ ମାମଲା ରୁଜୁ କରାଯାଇ ଆବଶ୍ୟକ ପ୍ରାଥମିକ ତଦନ୍ତ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ଆଇଆଇସି ରଂଜିତ କୁମାର ମୁନୀ ସୂଚନା ଦେଇଛନ୍ତି

ସେହିପରି ଶୁକ୍ରବାର ବୌଦ୍ଧ ପୋଲିସ ପକ୍ଷରୁ ଓଲଣ୍ଡା ଗ୍ରାମରୁ ୧୬୦ କେଜି ଗଞ୍ଜେଇ ଜବତ ମାମଲାରେ ଗିରଫ ଜଣେ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ, ଓଲଣ୍ଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ବ୍ୟବସାୟ ଉଦ୍ଦେଶ୍ୟରେ ଗଞ୍ଜେଇ ମହଜୁଦ୍ ଥିବା ଖବର ପାଇ ବୌଦ୍ଧ ପୋଲିସ ଗୁରୁବାର ଚଢାଉ କରିଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ପଛରେ ଥିବା ବସ୍ତାରୁ ପୁଳାପୁଳା ଗଞ୍ଜେଇ ବାହାରି ଥିଲା । ଯାହାର ଓଜନ ପ୍ରାୟ ୧୬୦ କେଜି ହୋଇଥିଲା | ଉକ୍ତ ମାମଲାରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିବା ସହ ମହିଳାଙ୍କ ନାବାଳକ ପୁଅକୁ ମଧ୍ୟ ଥାନାକୁ ଆଣିଥିଲା । ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିବା ସୂଚନା ମିଳିଛି ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...