ବ୍ରହ୍ମପୁର, (୧୩/୦୪) : ଆପ୍ର. : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଡିଜିଟାଲ ଠକେଇ ଘଟଣାରେ ୨ଗିରଫ । ଗୁଜରାଟରୁ ୨ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ ।
ଗିରଫ ଦୁଇ ଜଣ ହେଲେ ଗୁଜରାଟର ଭୁତୟା ଜେନିଲ୍ ଜୟଶୁଖଭାଇ ଓ ବିଶ୍ୱଜିତସିନ୍ ଗୋହଲି । ଗିରଫ କରି ଉଭୟଙ୍କୁ ଗୁଜରାଟ ଭାବନଗର ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବା ପରେ ବ୍ରହ୍ମପୁରକୁ ଅଣାଯାଇଛି । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ । ଗିରଫ ହୋଇଥିବା ଦୁଇ ଜଣଙ୍କ ଠାରୁ ମୋବାଇ ଫୋନ , ସିମ୍ କାର୍ଡ ଓ ଆଧାର କାର୍ଡ ଜବତ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ସିବିଆଇ ଅଫିସରର ପରିଚୟ ଦେଇ କୁଳପତିଙ୍କୁ ଡିଜିଟାଲ ଆରେଷ୍ଟ କହି ୧୪ ଲକ୍ଷ ଟଙ୍କା ଠକେଇ କରିଥିଲେ । ଫେବୃଆରୀ ୨୪ ତାରିଖରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ସାଇବର ଠକେଇର ଶିକାର ନେଇ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ କରିଥିଲେ ।