ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୮/୦୮) : ମୁରିବାହାଲ ବ୍ଲକ ମାଲିସିରା ଗ୍ରା.ପ. ଅଧିନସ୍ଥ ଖରାଲି ଗ୍ରାମ ନିକଟରେ ଅବସ୍ଥିତ ବ୍ରାହ୍ମଣୀ ପାହାଡ଼ ତଥା ରହେନଚୁଆ ମୁଣ୍ଡା ପର୍ଯ୍ୟଟନ ସ୍ଥଳୀରେ ବୁଧବାର ଦିନ ରୋୟାଲ ପାଲ୍ମ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ଡବ୍ଲୁଓଡିସି ସଦସ୍ୟ /ପୂର୍ବତନ ବ୍ଲକ ଅଧ୍ୟକ୍ଷ/ତଥା ଅଧ୍ୟକ୍ଷ ଟ୍ରଷ୍ଟ ବୋର୍ଡ ଶ୍ରୀ ହଂସରାଜ ଜୈନଙ୍କ ନେତୃତ୍ୱରେ ସରପଞ୍ଚ ଦେବରାଜ ପାତ୍ର ଓ ଶ୍ରୀ ସିଦ୍ଧି ଲିଙ୍ଗେଶ୍ୱର ମହାଦେବ ମନ୍ଦିର ସ୍ୱାମୀ ମୁରଲୀଧରାନନ୍ଦ ଚେରିଟେବୁଲ ଟ୍ରଷ୍ଟର ସମସ୍ତ ଟ୍ରଷ୍ଟିଙ୍କ ସହଯୋଗରେ ୧୦୦ ଗୋଟି ରୋୟାଲ ପାଲ୍ମ ଗଛ ରୋପଣ କରାଯାଇଥିଲା l
ଉକ୍ତ କାର୍ଯ୍ୟକ୍ରମରେ କୁମୁଡା ପାହାଡ଼ ସୁରକ୍ଷା ସମିତି ସଭାପତି ଶ୍ରୀ ଉପେନ୍ଦ୍ର ବାଗ, ବରିଷ୍ଠ ସମାଜ ସେବୀ ଶ୍ରୀ ଦେବାନନ୍ଦ ସାହୁ, ବରିଷ୍ଠ ବିଜେଡି ନେତା ଶ୍ରୀ ଦିଲିପ କୁମାର ପୃଷ୍ଟି, ଶ୍ରୀ ଦିଲିପ ମହାନ୍ତି, ପୂର୍ବତନ ସରପଞ୍ଚ ଶ୍ରୀ କ୍ଷିତିପତି ମହାକୁର, ପୂର୍ବତନ ସରପଞ୍ଚ ଡୁଲାମଣି ବାଗ, ଟ୍ରଷ୍ଟି ଶ୍ରୀ ସବ୍ୟସାଚୀ ବେହେରା, ଟ୍ରଷ୍ଟି କିଶୋର ବେହେରା, ଟ୍ରଷ୍ଟ ସମ୍ପାଦକ ପୁଲସ୍ତି ବେହେରା, ବଳିୟାର ସିଂମାଝୀ, ପତରଙ୍ଗୀ ମାଝୀ, ଲଳିତ ମୋହନ ମହାନ୍ତି,କଷ୍ୟପ ସରାଫ, ଦୁଃଖିଶ୍ୟାମ ବେହେରା, ତୁଷାର ବାଗ, ପୂର୍ଣ୍ଣଚନ୍ଦ୍ର ସାହୁ, ଚନ୍ଦ୍ର ବାଗ, ଦାମୋଦର ନାଗ, ପିଣ୍ଟୁ ଦୀପ, ତପନ ଦୀପ, ବରୁଣ ଲୁହା, ଶରତ ପୁଟେଲ, କ୍ଷୀରସାଗର ଧରୁଆ, ସୁଜିତ କୁମାର ବେହେରା, ରାମଚନ୍ଦ୍ର ମାଝୀ, ପ୍ରକାଶ ସାହୁ, ଦେବେନ୍ଦ୍ର ମେର୍ଲି, ବୃଷକେତୁ ଛତର, ତୀର୍ଥ ପଧାନ, ଖଗେଶ୍ୱର ପଧାନ, ମାଗଶିର ପଧାନ, ରାମୁ ନିଆଲ, ନେତ୍ର ମେର୍ଲି ସମେତ ଶତାଧିକ ଟ୍ରଷ୍ଟ ସଦସ୍ୟ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l