32.9 C
Balāngīr
Wednesday, April 30, 2025

ବ୍ଲକସ୍ତରୀୟ ଲୋକ କଳା ଓ ସଂସ୍କୃତିର ମହାପର୍ବ ଚଇତି ଅନୁଷ୍ଠିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ: ଗୋପୀନାଥ ଗୌଡ଼ //
କୋଲନରା (୧୩/୧୨): ରାୟଗଡା ଜିଲ୍ଲା କୋଲନରା ବ୍ଲକରେ ଲୋକ କଳା ଓ ସଂସ୍କୃତିର ମହାପର୍ବ ଲୋକ ମହୋତ୍ସବ ଚଇତି ୨୦୨୪ ମହା ଆଡମ୍ବରରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ କୋଲନରା ଧବଳେଶ୍ବର ମନ୍ଦିର ନିକଟ ଚିରସ୍ରୋତା ନଦୀରୁ ପୂଜାବିଧି ସହ ଜିଲ୍ଲା ପରିଷଦ ସଭ୍ୟା ସୁନିତା ତାଡିଙ୍ଗି ପବିତ୍ର ଜଳ ସଂଗ୍ରହ କରିଥିଲେ । କଳସ ଯାତ୍ରା ବାଜା ବାଜେଣିରେ ଜଗଦମ୍ବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟସ୍ଥ ମିନି ଷ୍ଟାଡିୟମରେ ନିର୍ମିତ ଚଇତି ମଣ୍ଡପରେ ସ୍ଥାପନ କରିଥିଲେ।76205d49 b35c 439c a6a9 a23ab26bde74 ବ୍ଲକସ୍ତରୀୟ ଲୋକ କଳା ଓ ସଂସ୍କୃତିର ମହାପର୍ବ ଚଇତି ଅନୁଷ୍ଠିତ

ଏହି କଳସ ଯାତ୍ରାରେ ବିଡ଼ିଓ ରିନା ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ପାତ୍ର, ସେକ୍ସନ ଅଫିସର ଅରୁଣ କୁମାର ପାଢୀ, ବି ଏଫ ଓ ଗଣେଶ୍ୱର ଭଟ୍ଟ, ଜିପିଡ଼ିଓ ପ୍ରଶାନ୍ତ କୁମାର ପାଢୀ, ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ମହିଳା ମଣ୍ଡଳ ସଦସ୍ୟା, ମିଶନ ଶକ୍ତି କର୍ମଚାରୀ, ଅଙ୍ଗନବାଡି କର୍ମୀ ଙ୍କ ସମେତ ବ୍ଲକ କର୍ମଚାରୀ ମାନେ ଯୋଗଦେଇ ଥିଲେ। ଚଇତି ମଣ୍ଡପ ମଞ୍ଚରେ ମୁଖ୍ୟ ଅତିଥି ଭାବେ ବିଷମକଟକ ବିଧାୟକ ନୀଳମାଧଵ ହିକକା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ଚଇତି କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଡ଼ଃ. ଦୟାନିଧି ବାଗ, ଜିଲ୍ଲା ପରିଷଦ ସଭ୍ୟା ସୁନିତା ତାଡିଙ୍ଗି, ପଞ୍ଚାୟତ ସମିତି ଅଧ୍ୟକ୍ଷା ସଂଯୁକ୍ତା କୁଲିସିକା, ଉପାଧ୍ୟକ୍ଷ ହଳଧର ହିମିରିକା, ଜିଲ୍ଲା ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଡମ୍ବରୁଧର ପଣ୍ଡା ଯୋଗଦେଇ ଥିଲେ। ଏହି ଅବସରରେ ଚଇତି ପଡ଼ିଆରେ ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ପଞ୍ଚାୟତ ସମିତି, କୃଷି ବିଭାଗ, ଆଇ ସି.ଡି.ଏସ, ଏସ.ଏଚ.ଜି, ଉଦ୍ୟାନ କୃଷି, ଜଳଛାୟା ବିଭାଗ, ପାନୀୟ ଜଳ ଓ ପରିମଳ ସମେତ ମୋଟ ୧୫ ଟି ଷ୍ଟଲ କରା ଯାଇଥିଲା।aa4f89d7 65bc 4634 8af5 d46c768d5274 ବ୍ଲକସ୍ତରୀୟ ଲୋକ କଳା ଓ ସଂସ୍କୃତିର ମହାପର୍ବ ଚଇତି ଅନୁଷ୍ଠିତ

ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ଚଇତି ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଚଇତି ମଣ୍ଡପରେ ଅତିଥିମାନେ ସମ୍ମାନିତ କରିଥିଲେ। ମଞ୍ଚ ପରିଚାଳନା ଶିକ୍ଷକ ପ୍ରଫୁଲ୍ଲ ପାଢ଼ୀ ଓ ପ୍ରଦୀପ ନାୟକ କରିଥିଲେ। ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ବରିଷ୍ଠ ନାଗରିକ ମାନଙ୍କୁ ଉତ୍ତରୀୟ ଓ ସାର୍ଟିଫିକେଟ ସହିତ ସମ୍ମାନିତ କରା ଯାଇଥିଲା। କାର୍ଯ୍ୟକ୍ରମର ବିଭିନ୍ନ କମିଟିରେ ଏମ ଆଇ ଅନୀଲ କୁମାର ଗମାଙ୍ଗ, ଏପିଓ ସୁମିତ୍ରା ପାଣିଗ୍ରାହୀ,ଆର ଡବ୍ଲ୍ୟୁ ଏସ ଏସ ଯନ୍ତ୍ରୀ ଶୁଭଦର୍ଶିନୀ ପଟ୍ଟନାୟକ, ବିଏସ ଏସ ଓ ପ୍ରଭାତ କୁମାର ଶବର, ବିପିସି ମନୋଜ କୁମାର ପାଣି, ଡବ୍ଲ୍ୟୁଇଓ ଦେବାଶିଷ ମୁଣ୍ଡ, ବି.ଏଲ.ସି ବର୍ଷା ପ୍ରିୟଦର୍ଶିନୀ ପ୍ରଧାନ, ସହକାରୀ ଯନ୍ତ୍ରୀ ସ୍ୱାଗତିକା ଛୁଆଳସିଂ, ସମସ୍ତ ପିଇଓ, ଯନ୍ତ୍ରୀ, ପୋଲିସ ବିଭାଗ, ଅଗ୍ନିଶମ ବିଭାଗ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ବି ଏଫ ଓ ଶ୍ରୀ ଭଟ୍ଟ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...