32.9 C
Balāngīr
Wednesday, April 23, 2025

ବ୍ଲକ୍ ଛକ ରୁ ହଟା ଯାଇଥିବା ସନ୍ଥକବି ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ପୁଣି ସ୍ଥାପନ ପାଇଁ ଅନଶନ ଧାରଣା

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୬/୦୩) : ବିଶ୍ୱ ମହିଳା ଦିବସ ଉପଲକ୍ଷେ ଆଜି ସୋନପୁର ସ୍ଥିତ ବ୍ଲକ୍ ଛକ ଠାରେ ସୁବର୍ଣ୍ଣା ନାରିଜାଗରଣ କେନ୍ଦ୍ର ନେତୃତ୍ୱରେ ବ୍ଲକ୍ ଛକ ରେ ସନ୍ଥକବି ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ପୁଣି ସ୍ଥାପନ ପାଇଁ ଅନଶନ ଧାରଣା ରେ ବସିଛନ୍ତି ।

୨୦୨୧ ମସିହା ଫେବୃଆରୀ ମାସ ୫ ରେ ରାସ୍ତା ସମ୍ପ୍ରସାରଣ ବେଳେ ସନ୍ଥକବି ଭୀମଭୋଇ ଙ୍କ ମୂର୍ତ୍ତି ବ୍ଲକ୍ ଛକ ରୁ ହଟାଇ ଦିଆଯାଇଥିଲା। ଏହି ପ୍ରତିମୂର୍ତ୍ତି ବ୍ଲକ୍ ଛକ ର ଶୋଭା ବର୍ଦ୍ଧନ କରୁଥିଲା ତା ସହ ସୋନପୁର ରେ ଭୀମଭୋଇ ଙ୍କ ଅବଦାନ ଲୋକଙ୍କ ମାନସ ପଟ ରେ ଉତ୍ଜୀବିତ କରୁଥିଲା ସେହି ପ୍ରତିମୂର୍ତ୍ତି। ପ୍ରାୟ ଚାରି ବର୍ଷ ବିତିଯାଇଥିଲେ ମଧ୍ୟ ବ୍ଲକ୍ ଛକ ରେ ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନ ହେବାରୁ ଗଣ ଆନ୍ଦୋଳନ ରୂପ ନେବାକୁ ବସିଲାଣି ଏହି ଘଟଣା। ଆଜି ର ଏହି ଧାରଣା ରେ ପାତାଞ୍ଜଳି ଯୋଗ ସମିତି, ଜଗନ୍ନାଥ ମୋହତ୍ସବକମିଟି, ଜୟଗୁରୁ ଅନୁଷ୍ଠାନ, ମାରୱାଡ଼ି ମହିଳା ମଞ୍ଚ , ନାଟ୍ୟଚକ୍ର, ମହାନଦୀ ସାହିତ୍ୟ ସଂସଦ, ଆର୍ଯ୍ୟ ସମାଜ, ଜିଲ୍ଲା ସାମ୍ବାଦିକ ସଂଘ, ଜିଲ୍ଲା ଓକିଲ ସଂଘ ସଦସ୍ୟ, ତପସ୍ଵିନୀ ଅନୁଷ୍ଠାନ ସଦସ୍ୟ ବୃନ୍ଦ ଏହି ଧାରଣା ରେ ସାମିଲ ଥିବା ଦେଖିବାକୁ ମିଳିଥିଲା।

ବିଭିନ୍ନ ସଙ୍ଗଠନ ରୁ ମୀନମହରଣା, ଶ୍ୟାମା ଓଁ ପ୍ରସାଦ ମିଶ୍ର,ନାଟ୍ୟ ଶ୍ରୀ ଗଦାଧର ବାରିକ, ଶ୍ରଦ୍ଧାଞ୍ଜଳି ମିଶ୍ର,ସୁନନ୍ଦା ସାହୁ, ମଞ୍ଜୁ ମିଶ୍ର, ଦିଲ୍ଲୀପ ରଥ, ବ୍ରଜ ମୋହନ ଦାନି, ଭଗବତୀ ରାଇଗୁରୁ, ବଲଦେବ ପ୍ରସାଦ ବେଦବାକ୍, ଆରତୀ ଖମାରୀ, ବାସନ୍ତୀ ପାତ୍ର, ପୁଷ୍ପା ମେହେର, କଳ୍ପନା ମେହେର, ଗୀତା ବହିଦାର, ବୈକୁଣ୍ଠ ଶତପଥୀ ପ୍ରମୁଖ ଯୋଗଦାନ କରିଥିଲେ ।

ସତ୍ୟ ମହିମାଧର୍ମ ସାଶିନି ମହାସଂଘ ଭୀମଭୋଇ ସମାଧି ପୀଠ ଖଲିଆପାଲି ସଭାପତି ଦୁର୍ଗା ଚରଣ କଲତା ଓ ସୋନପୁର ମହିମା ମଠ ସଭାପତି ଗୋପାଲ ବାଘ୍ ମଧ୍ୟଏହି ଅନଶନ ଧାରଣା ରେ ବସିଥିଲେ । ଦୀର୍ଘ ବର୍ଷ ହେବ ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ବ୍ଲକ୍ ଛକ ରୁ ସ୍ଥାନୀୟ ପ୍ରଶାସନ ହଟେଇ ଦେଇ ଅଳିଆ ଗଦା ରେ ରଖି ଦେଇଥିବା କହି କ୍ଷୋଭ ପ୍ରକାଶ କରିଛନ୍ତି ଓ ଯଥାଶୀଘ୍ର ବ୍ଲକ୍ ଛକ ରେ ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସନ୍ଥକବି ଭୀମଭୋଇ ଶ୍ରୁତି ଟ୍ରଷ୍ଟ ସଭାପତି ଗୋରେଖନାଥ ସାହୁ ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...