32.9 C
Balāngīr
Sunday, April 20, 2025

ବ୍ଲକ ସ୍ତରୀୟ ଚଇତି ମହୋତ୍ସବକୁ ନେଇ କବିତା ପାଠୋତ୍ସବ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...
sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ: କ୍ଷମସାଗର ଦାସ //
ମୁନିଗୁଡ଼ା:ତା୮-୧୨): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଚଇତି ମହୋତ୍ସବକୁ ନେଇ କବିତା ପାଠୋତ୍ସବ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।

ମୁନିଗୁଡ଼ା ବ୍ଲକ ପ୍ରଶାସନ ଆୟୋଜିତ ଓ ମୁନିଗୁଡ଼ା ସାହିତ୍ୟ ସଂସଦ ସୌଜନ୍ୟରେ ଅନୁଷ୍ଠିତ ଚଇତି କବିତା ପାଠୋତ୍ସବରେ ସଂସଦ ସଭାପତି ପି.ସୁଧାକର ପାତ୍ର ସଭାପତିତ୍ବ କରିଥିବା ବେଳେ ପ୍ରତିଷ୍ଠିତ ସଂଯୋଜକ କବି ଅକ୍ଷୟ କୁମାର ରଥ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ମୁଖ୍ୟ ଅତିଥିଭାବେ ମୁନିଗୁଡ଼ା ବିଡ଼ିଓ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଦଳପତି, ମୁଖ୍ୟବକ୍ତା ସାହିତ୍ୟ ସଂସଦ ଉପଦେଷ୍ଟା ତଥା ଚଇତି ପତ୍ରିକାର ମୁଖ୍ୟ ସମ୍ପାଦକ ଅକ୍ଷୟ କୁମାର ମଲ୍ଲିକ,ସମ୍ମାନିତ ଅତିଥିଭାବେ ଅଞ୍ଚଳର ଜନନେତା ଜଗନ୍ନାଥ ନୁଣ୍ଡ୍ରୁକା ଏବଂ ବ୍ଲକର ମୁଖ୍ୟଯନ୍ତ୍ରୀ ଐସୂର୍ଯ୍ୟ ଭଞ୍ଜଦେଓ ପ୍ରମୁଖ ଉପସ୍ଥିତ ରହି ଜଗତର ଜଗନ୍ନାଥଙ୍କ ଫଟ ଚିତ୍ରରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ। ଚୈତିର ଆଗମନେ ମୁନିଗୁଡାର ପ୍ରକୃତି,ପଲ୍ଲୀ ଯେପରି ନବ ଉନ୍ମାଦନାରେ ପଲ୍ଲବୀତ,ପୁଷ୍ପିତ ଆଉ ସୁଶୋଭିତ ସେହିପରି ବେଶ୍ ଉତ୍କଣ୍ଠିତ ଉଲ୍ଲଶିତ କବିର କବିତ୍ଵ,ଚଳଚଞ୍ଚଳ ହୋଇ ଉଠିଛି ସେମାନଙ୍କ ଲେଖନୀ ଆଉ ଆକର୍ଷିତ କରୁଛି ସେମାନଙ୍କ ଚଇତି ଆଉ ଜନଜାତି ସଂସ୍କୃତି ଉପରେ କବିତା ପାଠୋତ୍ସବ ବୋଲି ବିଡ଼ିଓ ଶ୍ରୀଯୁକ୍ତ ଦଳପତି ବକ୍ତବ୍ୟରେ କହିଥିଲେ।2364ef7e 0fb7 4714 a604 f2b20b73f175 ବ୍ଲକ ସ୍ତରୀୟ ଚଇତି ମହୋତ୍ସବକୁ ନେଇ କବିତା ପାଠୋତ୍ସବ

ସେହିପରି ଅନ୍ୟ ଅତିଥିଗଣ ଚଇତି ମହୋତ୍ସବ କବିତା ପାଠୋତ୍ସବର ମୁଖ୍ୟ ଉଦ୍ଦେଶ୍ୟକୁ ଆଜି କବିମାନେ ସେମାନଙ୍କ କବିତାରେ ଉଜାଗର କରିଥିବାରୁ ସଭିଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ପରେ ଦ୍ଵିତୀୟ ପର୍ଯ୍ୟାୟର କବିତା ପାଠୋତ୍ସବରେ କବିତା ଆସରକୁ ସଞ୍ଚାଳନ କରିଥିଲେ ବିଶିଷ୍ଟ କବି ରାଜକିଶୋର ବେହେରା,ବିଜୟ କୁମାର ମିଶ୍ର,ସୁବାସ କୁରା ଓ ଅଧ୍ୟାପକ କୃଷ୍ଣଚନ୍ଦ୍ର ମଲ୍ଲିକ।ରାୟଗଡ଼ା ଜିଲ୍ଲାର ସଂସ୍କୃତି,ମୁନି ଋଷିଙ୍କ ତପୋଭୂମି,ବନଭୂମି,
ବନବାସୀ,ଡଙ୍ଗର,ପାହାଡ,ପ୍ରକୃତି ସହିତ ମୁନିଗୁଡାର ଐତିହ୍ୟ,ସଂସ୍କୃତି ଓ ପରମ୍ପରାକୁ ନେଇ କବି ଓ କବାୟତ୍ରିମାନେ ସ୍ବରଚିତ କବିତାମାନ ପାଠ କରିଥିଲେ।

ସର୍ବଶ୍ରୀ ଗୌରାଙ୍ଗ ଚରଣ ରାଉତ,ମନୋରଞ୍ଜନ ଦଳାଇ,ଡ.ଚନ୍ଦନ ସିଂ,ଅକ୍ଷୟ କୁମାର ମଲ୍ଲିକ,ଅନନ୍ତ ସାମନ୍ତ,ଅଜିତ ମହାରଣା,ଅକ୍ଷୟ ରଥ,ସୁବାସ କୁରା,ନନ୍ଦିନୀ ଦାସ,ନିର୍ମଳା ମଲ୍ଲିକ,ଅଶ୍ଵିନୀ ବାରିକ,ସୁଧାକର ପାତ୍ର,ନୀଳାମ୍ବର ବେହେରା,କାଳନ୍ଦୀ ନାୟକ,ସରିତା ନାୟକ,ବିଜୟ ମିଶ୍ର,ରାଜକିଶୋର ବେହେରା,କୃଷ୍ଣଚନ୍ଦ୍ର ମଲ୍ଲିକ,ସଞ୍ଜୟ ପତି,ପ୍ରକାଶ ଚନ୍ଦ୍ର ମୁଦୁଲି,ସାଇ ଶୁଭାଲକ୍ଷମି ପତି,ରୁଦ୍ରାଶିଶ ମଣ୍ଡଳ,ମାଧବ ପାତ୍ର,ସ୍ମୃତି ରଞ୍ଜନ ନାୟକ,ଶ୍ରୀନିବାସ ସାହୁ,ସୂର୍ଯ୍ୟକାନ୍ତ ପଣ୍ଡା ପ୍ରମୁଖ କବି କବାୟତ୍ରୀମାନେ ସ୍ବରଚିତ କବିତାମାନ ପାଠକରି ଚଇତି ମହୋତ୍ସବର ଶୁଭ ଶଙ୍ଖନାଦ କରିଥିଲେ।ବ୍ଲକ ଯନ୍ତ୍ରୀ ପ୍ରମୋଦ କୁମାର ପରିଡ଼ା,ଅଶୋକ କୁମାର ପାତ୍ର,ଗୌରୀ ପ୍ରସାଦ ନାୟକ,ରମେଶ ମିଞ୍ଜ,ସନ୍ଧ୍ୟାରାଣି ମଲ୍ଲିକ ଓ ବ୍ଲକର ସମସ୍ତ କର୍ମଚାରୀମାନେ ପରିଚାଳନାରେ ସହାୟତା କରିଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...