ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୨୬/୦୧) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘ ସ୍ଥାୟୀ କୀଟନାଶକ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇଥିଲେ।ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶ୍ରୀକାନ୍ତ କୁମାର ଶତପଥୀ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ପ୍ରଥମ କରି ବୋରିଗୁମ୍ମା ବ୍ଲକ ସ୍ତରୀୟ ମଶାରୀ ବଣ୍ଟନ କରାଯାଇଛି ।କୋରାପୁଟ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ମେଲେରିଆ ସଂଖ୍ୟା ବୃଦ୍ଧି ପାଉଛି ତାକୁ ଦୃଷ୍ଟି ରେ ରଖି ଦୀର୍ଘ ସ୍ଥାୟୀ କୀଟନାଶକ ମଶାରୀ ବଣ୍ଟନ କରାଯାଇଛି।କିଭଳି ଲୋକେ ଏହି ମଶାରୀ ବ୍ୟବହାର କରିବେ ଏବଂ ମଶା ଦାଉରୁ ରକ୍ଷା ପାଇବେ ଏବଂ ମେଲେରିଆ ରୋଗରୁ ମୁକ୍ତି ପାଇବେ ସେ ବିଷୟରେ ଲୋକଙ୍କୁ ସଚେତନ କରିଥିଲେ ମେଡ଼ିକାଲ ଅଫିସର।
ଉପାନ୍ତ ଅଞ୍ଚଳରେ ଲୋକେ ସଚେତନତା ଅଭାବରୁ ମଶାରୀକୁ ଅପବ୍ୟବହାର କରୁଛନ୍ତି କିଏ ମଶାରୀ କୁ ମାଛ ଧରିବାରେ ବ୍ୟବହାର କରୁଛି ତ କିଏ ଦୋକାନ ରେ ବ୍ୟବହାର କରୁଛି ଏଭଳି ବ୍ୟବହାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜୟପୁର ବିଧାୟକ କହିଛନ୍ତି । ବୋରିଗୁମ୍ମା ବ୍ଲକର ସମସ୍ତ ପଞ୍ଚାୟତ ରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଏହି କାର୍ଯ୍ୟକ୍ରମ ରେ ସାଂସଦ ପ୍ରତିନିଧି ରାମ ଚନ୍ଦ୍ର ପାଢି, ବିଧାୟକ ପ୍ରତିନିଧି ଅଶୋକ ଗନ୍ତାୟତ, ବଣିଜ ସଂଘ ସଭାପତି ସୂର୍ଯ୍ୟ ଆଚରି, ରୋଗୀ କଲ୍ୟାଣ ସମିତି ସଦସ୍ୟ କୈଳାଶ ରଥ ଉପସ୍ଥିତ ଥିଲେ ସେହିପରି ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀକାନ୍ତ ଶତପଥୀ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ପ୍ରବୀଣ କୁମାର ଦାସ, ବି ପି ଏମ ସରୋଜ କୁମାର ମହାପାତ୍ର, ଦମୟନ୍ତୀ ମୁଦୁଲି, ଶ୍ରୀନିବାସ ରାଓ, ସବିତା ସାହୁ ଓ ଗୋଲକ ବିହାରୀ ଚୌଧୁରୀ, ଉର୍ମିଳା ମାଝୀ, ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ଆଶା କର୍ମୀ, ଉପସ୍ଥିତ ଥିଲେ।