32.9 C
Balāngīr
Sunday, July 13, 2025

ବ୍ଲକ ସ୍ତରୀୟ ଧନୁଯାତ୍ରା ଚତୁର୍ଥ ରଜନୀ କଂସ ମହାରାଜାଙ୍କ ନଗର ପରିକ୍ରମା, ଶ୍ରୀକୃଷ୍ଣ ଜନ୍ମ, ପୁତୁନା ପ୍ରେରଣ, ଷଡ଼ମଲ୍ଲ ବିନାଶ

Must read

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୮/୨) : ମୁରିବାହାଲ ବ୍ଲକ ସ୍ତରୀୟ ଷଷ୍ଠ ବର୍ଷ ଧନୁଯାତ୍ରା ମହୋତ୍ସବର ଚତୁର୍ଥ ରଜନୀ କଂସ ମହାରାଜାଜାଙ୍କ ନଗର ପରିକ୍ରମା ଶ୍ରୀକୃଷ୍ଣ ଜନ୍ମ, ପୁତୁନା ପ୍ରେରଣ, ଷଡ଼ମଲ୍ଲ ବିନାଶ (ଗୋପପୁର )ନାଟକ ମଞ୍ଚସ୍ଥ  ହୋଇଥିଲା ।WhatsApp Image 2025 02 18 at 13.11.13 ବ୍ଲକ ସ୍ତରୀୟ ଧନୁଯାତ୍ରା ଚତୁର୍ଥ ରଜନୀ କଂସ ମହାରାଜାଙ୍କ ନଗର ପରିକ୍ରମା, ଶ୍ରୀକୃଷ୍ଣ ଜନ୍ମ, ପୁତୁନା ପ୍ରେରଣ, ଷଡ଼ମଲ୍ଲ ବିନାଶ

କମିଟି ସଭାପତି ଶ୍ରୀବତ୍ସ ବେହେରାଙ୍କ ସଭାପତିତ୍ୱରେ କଂସ ମହାରାଜା ଦରବାରରେ ମୁଖ୍ୟଅତିଥି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ପୂର୍ବତନ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି,ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା,ମଠାଦିସ ମହିମା ପୀଠ ମୁରିବାହାଲ ଶୁଶିଲ ତ୍ୟାଗୀ,ଉପ ବିଭାଗ ଅଧିକାରୀ ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିର ନକୁଳ ମାଝୀ,ପୁଲସ ଅଧିକାରୀ ବଲାଙ୍ଗିର ରବୀନ୍ଦ୍ର କୁମାର ସୁନା,ବିଜେପି ଜିଲ୍ଲା ଓବିଶି ମୋର୍ଚ୍ଚା ସଭାପତି ଅକ୍ଷୟ ରଣା,ବିଜେପି ମଣ୍ଡଳ ସଭାପତି ସୁବାଷ ପୋଡ଼,ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ପୁଟେଲ,ବିଜେପି ଗଁରେଇ ମଣ୍ଡଳ ସଭାପତି ପ୍ରଦୀପ ବଚ୍ଛା,ମୁରିବାହାଲ ବିଜେପି ମଣ୍ଡଳ ସଭାପତି ରାମୁ କୁମ୍ଭାର,ଶିକ୍ଷାବିତ ଲମ୍ବୋଦର ଭୋଇ, କମିଟି କୋଷାଧକ୍ଷ ଭରତ ଦାସ ମଞ୍ଚାସିନ ଥିଲେ ।

କଂସ ମହାରାଜ ଅନୁମତି ନେଇ ଧନୁଯାତ୍ରା କମିଟି ଓ ବିକାଶ ମଞ୍ଚ ତରଫରୁ ଦୁଇଗୋଟି ଦାବିପତ୍ର ବିଧାୟକ ଙ୍କୁ ଦିଆଯାଇଥିଲା । ମହାରାଜ କଂସ ସମସ୍ୟା ସମାଧାନ କରିବାପାଇଁ ବିଧାୟଙ୍କୁ ନିର୍ଦେଶ ଦେଇଥିଲେ । ବିଧାୟକ ଶ୍ରୀ ବାଗ କଂସ ମହାରାଜ ଙ୍କ ନିର୍ଦେଶ ପାଳନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ସ୍ୱତନ୍ତ୍ର ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥାଏ |ଏହି ଅବସରରେ ମୁରିବାହାଲ ବ୍ଲକ ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଧାୟକ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ମହାନ୍ତି, କିଡ଼ନୀ ଦାନକରି ନୂତନ ଜୀବନ ଦାନ ଦେଇଥିଲେ |କମିଟି ସଂଯୋଜକ ଲିଳିମୋହନ ପଧାନ ମାନପତ୍ର ପଠନ କରିଥିବାବେଳେ ଅତିଥି ବୃନ୍ଦ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ସାତଦିନ ବ୍ୟାପୀ ଚାଲୁଥିବା ଧନୁଯାତ୍ରାରେ ମୁରିବାହାଲ ନଗର ମଥୁରା ନଗରୀ ସାଜିଥିବା ବେଳେ ବନବାହାଲ ଗ୍ରାମ ଗୋପପୁର ସାଜିଛି । ବହୁ ଉତ୍ସାହ ଓ ଆଡମ୍ବରପୂର୍ଣ୍ଣ ଭାବରେ ଚାଲୁଥିବା ଧନୁଯାତ୍ରାରେ ଅଞ୍ଚଳବାସୀ ଅତି ଆନନ୍ଦରେ ଉପଭୋଗ କରୁଥିବା ଦେଖିବାକୁ ମିଲିଛି । କମିଟି କାର୍ଯ୍ୟକାରୀ ସଭାପତି ରାଜୀବ କୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିବାବେଳେ କୋଷାଧକ୍ଷ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର, (୧୩/୦୭) : ଆପ୍ର. : ପାଟଣା ବନାଞ୍ଚଳ ଡୁମୁରିଆ ବିଟ୍ ଅନ୍ତର୍ଗତ ପିଛୁଳାବେଡା ଗ୍ରାମ ନିକଟରେ ଗୋଟିକିଆ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ଏବଂ ଜଣେ ଗୁରୁତର । ସୂଚନା ଅନୁଯାୟୀ ସେମାନେ...

ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ

ନୀଳଗିରି, (୧୩/୦୭) :ଆପ୍ର. : ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ । କେନାଲ କାମ ଚାଲିଥିବା ବେଳେ ବଜ୍ରପାତରେ ୩ ଶ୍ରମିକ ମୃତ । ବାଲେଶ୍ବର ଜିଲ୍ଲା ନୀଳଗିରି ଛତ୍ରପୁରରେ...

ଜୀବନର ସଠିକ୍ ମାର୍ଗ ଗୁରୁଙ୍କ ପ୍ରେରଣା ଓ ଆଶ୍ରିବାଦରୁ ପ୍ରାପ୍ତ ହୋଇଥାଏ

ମୁନିଗୁଡ଼ା, (୧୩/୦୭) : ଆପ୍ର. : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସର ଶାରଦା ମଣ୍ଡପରେ ଆଜି ନେତାଜୀ ପ୍ରଭାତ ଶାଖା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ତରଫରୁ ଗୁରୁ...

ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ, ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା

ବାଲେଶ୍ବର, (୧୩/୦୭) : ଆପ୍ର. : ବାଲେଶ୍ବର ଫକୀର ମୋହନ ସ୍ଵୟଂଶାସିତ କଲେଜରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଭୁବନେଶ୍ବର ଏମସରେ...