32.9 C
Balāngīr
Tuesday, July 15, 2025

ବ୍ଲକ ସ୍ତରୀୟ ନିପୁଣ ମେଳା -୨୦୨୫ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଡଉଡାରରେ ପ୍ରଦର୍ଶିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ :ଭଗବାନ ମହାନ୍ତି //
ମୁରିବାହାଲ ତା୨୫.୦୨.୨୦୨୫): ମୁରିବାହାଲ ବ୍ଲକ୍ ସ୍ତରୀୟ ନିପୁଣ ଓଡି଼ଶା ମେଳା-୨୦୨୫ କାର୍ଯ୍ୟକ୍ରମ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଡଉଡାରରେ ମଙ୍ଗଳବାର ପ୍ରଦର୍ଶିତ ହୋଇଯାଇଛି Iadc83c1a 2b79 4f37 910c 1e4ae82da02b 1 ବ୍ଲକ ସ୍ତରୀୟ ନିପୁଣ ମେଳା -୨୦୨୫ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଡଉଡାରରେ ପ୍ରଦର୍ଶିତ

ଏହି କାର୍ଯ୍ୟ କ୍ରମରେ ବ୍ଲକ୍ ଅଧିନସ୍ଥ ସମସ୍ତ ୧୨ ଗୋଟି କ୍ଲଷ୍ଟର୍ ଚୟନିତ ଏଫ୍ ଏଲ୍ ଏନ୍ ଗ୍ରେଡ଼ (ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର) ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ଆଧାରିତ ଟିଏଲ୍ଏମ୍ ଗୁଡି଼କ ତିଆରି କରି ଆଣି ବିଭିନ୍ନ ଷ୍ଟଲ୍ ମଧ୍ୟରେ ସଜାଇ ପ୍ରଦର୍ଶନ କରାଯାଇଥିଲା l ମୁରିବାହାଲ ଗୋଷ୍ଠି ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗୀର ଜିଲ୍ଲା ଶିକ୍ଷକ ଶିକ୍ଷା ତାଲିମ କେନ୍ଦ୍ରର ବରିଷ୍ଠ ଅଧ୍ୟାପକ ଡ଼. ପ୍ରଶାନ୍ତ କୁମାର ନିଖଣ୍ଡିଆ, ସମ୍ମାନୀୟ ଅତିଥି ରୂପେ ୨୮ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ନିରୁପମା ଗହୀର, ବରିଷ୍ଠ ଶିକ୍ଷାବିତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ଲୁହା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାଶ ଚନ୍ଦ୍ର ଭୋଇ, କାନ୍ତାରାମ ଧରୁଆ, ବିଦ୍ୟାଲୟ ପରିଚାଳନା କମିଟି ସଭାପତି ଅଲେଖ ଭୋଇ, ବଡଉଡ଼ାର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିଲ କୁମାର ବେହେରା, ଲେବେଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପଦ୍ମଲୋଚନ ତାଣ୍ଡି ପ୍ରମୁଖ ମଞ୍ଚାସୀନଥିଲେ|

ଏହି ଅବସରରେ ବିଭିନ୍ନ ଶିକ୍ଷା ମାର୍ଗଦର୍ଶୀ ବାର୍ତ୍ତା ଦେଇ ଛାତ୍ର,ଛାତ୍ରୀ ଙ୍କ ଉଦ୍ଦେଶ୍ୟରେ ସପଥ ପାଠ ଚୂଡ଼ାମଣି ନାୟକ କରାଇଥିଲେ l ଏହା ପରେ ଷ୍ଟଲ ଗୁଡିକ ଉଦ୍ଘାଟନ କରି ଟିଏଲ୍ଏମ୍ ମେଳା ପରିଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧିନସ୍ଥ ୧୨ ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ସଂଯୋଜକ ଏବଂ ବିଭିନ୍ନ ବିଦ୍ୟାଳୟରୁ ଏଫଏଲ୍ଏନ୍ ଗ୍ରେଡ଼୍ ଶିକ୍ଷକ/ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଗାଇଡ଼ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ/ଅଭିଭାବିକା ପ୍ରମୁଖ ଯୋଗ ଦେଇଥିଲେ l ଏହି ମେଳା ଟିକୁ କୁନି କୁନି ଛାତ୍ର,ଛାତ୍ରୀ ବେସ୍ ଉପଭୋଗ ମଧ୍ୟ କରିଥିଲେ l କାର୍ଯ୍ୟକ୍ରମର ସହଯୋଗ ନିମନ୍ତେ ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଷ୍ଟାଫ୍ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ I ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ କୁମୁଦ ବିହାରି ବେଦବାକ୍ ସଂଯୋଜନା କରିଥିବାବେଳେ ସିରୋଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗ୍ ଧନ୍ୟବାଦ୍ ଅର୍ପଣ କରିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...