32.9 C
Balāngīr
Tuesday, July 15, 2025

ବ୍ଲକ ସ୍ତରୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ “ଅନ୍ତ୍ୟୋଦୟ ଗୃହ ଯୋଜନା” ଶୁଭାରମ୍ଭ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ମୁରିବାହାଲ ତା ୩୦/୩/୨୫-ଆପ୍ର): ମୁରିବାହାଲ ପଞ୍ଚାୟତ ସମିତି କାର୍ଯାଳୟ ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶାଙ୍କ ଦ୍ୱାରା “ଅନ୍ତ୍ୟୋଦୟ ଗୃହ ଯୋଜନା”ଆଭାଷୀ ମାଧ୍ୟମରେ ରବିବାର ଶୁଭାରମ୍ଭ ହୋଇଯାଇଛି | ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଡ଼ିଓ ଶ୍ରୀମତୀ ବାସନ୍ତୀ ସେଠିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ମୁଖ୍ୟ ଅତିଥି ରୂପେ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ଶ୍ରୀ ହରିବନ୍ଧୁ ମେହେର,ସାଂସଦ ପ୍ରତିନିଧି ଶ୍ରୀ ଶ୍ରୀବତ୍ସ ବେହେରା,ସିଡିପିଓ ସୁଶ୍ରୀ ପୁର୍ଣିମା ବୈଠାରୁ, ବିଧାୟକ ପ୍ରତିନିଧି ଶ୍ରୀ ଗଙ୍ଗା ଧର ହେର୍ଣ୍ଣା ମଞ୍ଚାସିନ ଥିଲେ |ded8fe5a fa09 4d3c 8994 fc6c57733ee8 ବ୍ଲକ ସ୍ତରୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ "ଅନ୍ତ୍ୟୋଦୟ ଗୃହ ଯୋଜନା" ଶୁଭାରମ୍ଭ

ଏହି ଅବସରରେ ମୁଖ୍ୟଅତିଥି ବିଧାୟକ ଶ୍ରୀ ବାଗ ମୁଖ୍ୟମନ୍ତ୍ରୀଙ୍କ ନୂତନ ଯୋଜନା “ଅନ୍ତ୍ୟୋଦୟ ଗୃହ ଯୋଜନା” ବିଷୟରେ ଆଲୋକପାତ କରିବା ସହିତ ଡବଲ ଇଂଜିନ ସରକାର କଥାଦେଇ କଥା ରଖିଥିବା କହିଥିଲେ |ବିଧାୟକଙ୍କ କରକମଳରେ ଅନ୍ତୋଦୟ ଗୃହ ଯୋଜନାରେ, କାର୍ଯ୍ୟାଦେଶ ବଣ୍ଟନ କରିଥିଲେ|ମୁରିବାହାଲ ବ୍ଲକ ୨୨ ଗୋତି ପଞ୍ଚାୟତରେ ୩୩୦ ଜଣ ହିତାଧିକାରୀଙ୍କ ସେଂକ୍ସନ ହୋଇଥିବାବେଳେ ଶୁଭାରମ୍ଭ ଦୀନ ୨୦୫ ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ।c4106b07 5d51 4dcf a089 56249827bbc5 ବ୍ଲକ ସ୍ତରୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ "ଅନ୍ତ୍ୟୋଦୟ ଗୃହ ଯୋଜନା" ଶୁଭାରମ୍ଭ

ବିଧାୟକ ଶ୍ରୀ ବାଗ ଭିନ୍ନକ୍ଷମ ହିତାଧିକାରୀ ମାନେ ବସିଥିବା ସ୍ଥାନରୁ ଉଠିପାରିବା କଷ୍ଟ ହଉଥିବା ଦେଖି ବସିଥିବା ସ୍ଥାନକୁ ଯାଇ କାର୍ଯ୍ୟାଦେଶ ଦେଉଥିବା ଦେଖିବାକୁ ମିଳିଥିଲା | ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଆକାଉଣ୍ଟ ଅଫିସର ଘେନୁରାମ ତାଣ୍ଡି, ଏଇଇ ଅବିନାଶ ମୋଦି,ଜିପିଇଓ ଗଙ୍ଗାଧର ଛତର, ସେକ୍ସନ ଅଫିସର ରାଜେନ୍ଦ୍ର ନାୟକ,ପିଏ ରାଜସିଂ ବାବୁ, ସରପଞ୍ଚ, ସମିତି ସଭ୍ୟ ପିଇଓ, ଏଡିଓ, ଏମବିକେ, ସିଆରପି ପ୍ରମୁଖ ସାମିଲଥିଲେ। ବିପିଏମ ଡ଼ଃ ଗୋପାଳ କୃଷ୍ଣ ଦୀପ କାର୍ଯ୍ୟକ୍ରମ ସଂଚାଳନ କରିଥିବାବେଳେ ବିପିସି ରବୀନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |

Two Principal Secretaries of PMO, India, Hail from Odisha: A Proud Moment for the State

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...