ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୯/୧୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ଶ୍ରୀଗୋପଳଜୀ ଅଞ୍ଚିଲିକ ନୋଡାଲ ଉଚ୍ଚବିଦ୍ୟାଳୟ ପରିସରରେ ଆଗାମୀ ହାଇସ୍କୁଲ ବାର୍ଷିକ ସାର୍ଟିପିକେଟ ପରୀକ୍ଷା ୨୦୨୫ ନିମନ୍ତେ ଦଶମ ଶ୍ରେଣୀ ରେ ପଢୁଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କର ଏକ ବ୍ଲକ ସ୍ତରୀୟ ଦିଗ୍ ଦର୍ଶନ ପାଠ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବ୍ଲକ ଶିକ୍ଷାଅଧିକାରୀ ଲକ୍ଷ୍ମଣ ମିଶ୍ର ଙ୍କ ସଭାପତିତ୍ତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମ ର ଉଦଘଟାନି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ଶିକ୍ଷାଅଧିକାରୀ ଡ, ପ୍ରମୋଦ କୁମାର ପଣ୍ଡା ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ମାନସିକ, ଶାରିରୀକ ତଥା ବୌଦ୍ଧିକ ବିକାସ ନିମନ୍ତେ ବହୁମୂଲ୍ୟ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବସନ୍ତ କୁମାର ଭୋଇ,ବିନିକା ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ମହାକୁର, ସ୍ଥାନୀୟ ଉଚ୍ଚବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରତୁଲ୍ୟ କୁମାର ପଣ୍ଡା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚୈତନ୍ୟ ବାଘ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟରୁ ୪୦ ଜଣ ମେଧାବୀ ଛlତ୍ରଛାତ୍ରୀ,୨୦ ଜଣ ପ୍ରଧାନଶିକ୍ଷକ,୮ ଜଣ ଅଭିଜ୍ଞଶିକ୍ଷକ ଯୋଗଦେଇଥିଲେ । ସମସ୍ତ ଅଭିଜ୍ଞଶିକ୍ଷକ ବୃନ୍ଦ ଆଗାମୀ ଦଶମ ଶ୍ରେଣୀ ପରୀକ୍ଷା ରେ ଏହି ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ A-1 ଗ୍ରେଡ ହାସଲ ହୋଇ ପାରିବ ସେ ନେଇ ବିଭିନ୍ନ କୌଶଳ ପ୍ରଦାନ କରିଥିଲେ ।
ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଟ ଆଇନଜୀବୀ ସୁବାଷ ଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବେ ସୋନପୁର ସାହାରା ହାଇସ୍କୁଲ ର ପ୍ରଧାନଶିକ୍ଷକ ଗତୀକୃଷ୍ଣ ମିଶ୍ର ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କ ଶୈଖିକ ଉନ୍ନତି ନିମନ୍ତେ ବହୁମୂଲ୍ୟ ଉପଦେଶ ଦେଇଥିଲେ । ସିନ୍ଦୂରପୁର କ୍ଲଷ୍ଟର ସି ଆର ସି ସି ଅନନ୍ତ କୁମାର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଉଦଘାଟନୀ ଓ ଉଦଯାପନୀ ରେ ପ୍ରଧାନଶିକ୍ଷକ ପ୍ରତୂଲ୍ୟ କୁମାର ପଣ୍ଡା, ଗୌରୀ ଶଙ୍କର ହୋତା ଧନ୍ୟବାଦ ଦେଇଥିଲେ । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛlତ୍ର ଛାତ୍ରୀ ସହଯୋଗ କରିଥିଲେ ।