ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ବର, (୨୩/୦୨) : ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ବର ପଳାଶୁଣି ଛକରେ ପୁଣି ଘଟିଛି ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।
ମୃତ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳିନାହିଁ । ପୋଲିସ ଘଟଣାର ତଦନ୍ତ ଜାରି କରିଛି । ସୂଚନା ଅନୁସାରେ, ଭୁବନେଶ୍ବର ପଳାଶୁଣି ଛକରେ ଜଣେ ବ୍ୟକ୍ତିଙ୍କୁ ଟ୍ରକ ଧକ୍କା ଦେଇଥିଲା ଫଳରେ ସେ ତଳେ ପଡିଯାଇଥିଲେ । ଏହି ସମୟରେ ଆଉ ଏକ ଟ୍ରକ ତାଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିଲା ।
ଏନେଇ ସ୍ଥାନୀୟ ଲୋକ, ତୁରନ୍ତ ମଞ୍ଚେଶ୍ୱର ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଥିଲା । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । କିଛି ସମୟ ପାଇଁ ପଳାଶୁଣି ଛକରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।