32.9 C
Balāngīr
Saturday, April 26, 2025

ଭଗବାନ ଭରସାରେ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ,ଘଟି ଚାଲିଛି ରୋଗୀ ଙ୍କ ଅକାଳ ମୃତ୍ୟୁ 

Must read

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୭/୦୨) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ସଇଁତଳା ବ୍ଲକ ଅଧିନସ୍ଥ କୃଷ୍ଣାପାଲି ଗ୍ରାମରେ ଜିତେନ୍ ହରପାଲ ନାମକ ଜଣେ ଯୁବକ ଙ୍କ ମ୍ୟାଲେରିଆ ରେ ଶୋଚନୀୟ ମୃତ୍ୟୁ ଘଟିଛି ।

ଭଗବାନ ଭରସାରେ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ,ଘଟି ଚାଲିଛି ରୋଗୀ ଙ୍କ ଅକାଳ ମୃତ୍ୟୁ । ମ୍ୟାଲେରିଆ ରେ ଆକ୍ରାନ୍ତ ହୋଇ ଥିବା ବେଳେ ଚାରିଦିନ ଧରି ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ପରିବାର ଲୋକେ ଭର୍ତ୍ତି କରି ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଔଷଧ ବିଶେଷଜ୍ଞ ନ ଥିବା ତଥା ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡ଼ାଃ ପ୍ରଦୀପ ନାଏକ ନିଜ କାର୍ଯ୍ୟ ବ୍ୟସ୍ତତା ପାଇଁ ଚିକିତ୍ସା କରି ପାରୁ ନ ଥିବା ବେଳେ ଏଭଳି ମୃତ୍ୟୁ ସାଧାରଣ ଘଟଣା ରେ ପରିଣତ ହୋଇଛି। ଭେଷଜ ବିଶେଷଜ୍ଞ ଡାକ୍ତର ନ ଥିବା ଯୋଗୁଁ ବିଲମ୍ୱ ରେ ରକ୍ତ ପରୀକ୍ଷା କରିବା କୁ ଡାକ୍ତର କହିବା ସହ ଉପଯୁକ୍ତ ଚିକିତ୍ସା ପାଇ ପାରୁ ନ ଥିବା ବେଳେ ଏଭଳି ରୋଗୀ ଙ୍କ ଅକାଳ ମୃତ୍ୟୁ ବରଣ ସାଧାରଣ ଘଟଣା ରେ ପରିଣତ ହୋଇଛି ।

ବିଭାଗୀୟ ଅଧିକାରୀ ଙ୍କ ସହ ନେତା,ମନ୍ତ୍ରୀ ତଥା ନିଜ ବଲାଙ୍ଗୀର ଜିଲ୍ଲା ର ସ୍ୱାସ୍ଥ୍ୟ ମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ବୁଦ୍ଧିଜୀବୀ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଉଛି । ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଉପରେ ପଡୋଶୀ ରାଜ୍ୟ ତଥା ଦୂର, ଦୁରାନ୍ତ ଜିଲ୍ଲା ର ଲୋକେ ଆସି ବଲାଙ୍ଗୀର ଭୀମ ଭୋଇ ମ୍ୟାଡ଼ିକାଲ କଲେଜ ଡାକ୍ତରଖାନା କୁ ସ୍ଥାନାନ୍ତର ହୋଇ ଅକାଳ ମୃତ୍ୟୁ ବରଣ କରିବା ଦେଖାଯାଉଛି । ପ୍ରକାଶ ଯେ, ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ରେ ଅବହେଳା ନେଇ ଟିଟିଲାଗଡ ବି ଜେ ପି ଦଳ ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ରଶ୍ମି ରଞ୍ଜନ ଖମାରୀ ପ୍ରକାଶ କରିଥିଲେ । ଏ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ବିଭିନ୍ନ ମହଲ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...