ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୬/୫) : ରାୟଗଡ଼ା ଜିଲ୍ଲା ଇସ୍କନ ମନ୍ଦିରର ସହାୟତାରେ ଗୁଣପୁର ଶାନ୍ତି ନଗର ଲେନ -୨ ଠାରେ ପ୍ରଥମ ଥର ପାଇଁଁ ଭଗବାନ ଶ୍ରୀ ଶ୍ରୀ ନରସିଂହ ଦେବଙ୍କ ଆବିର୍ଭାବ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି ।
ସୁରେଶ ପ୍ରଭୁଜୀଙ୍କ ପୈାରହିତ୍ୟରେ ଆୟୋଜିତ ଏହି ମହୋତ୍ସବରେ ଗୁଣୁପୁର ର ଅନେକ ଭକ୍ତ ସପରିବାର ସହିତ ଯୋଗ ଦେଇ ଭଜନ, କୀର୍ତ୍ତନ, ପୁଷ୍ୟାଭିଷେକ, ମହା ଆରତି ଓ ଶେଷରେ ପୁଷ୍ପାଞ୍ଜଳି ଦେଇ ଏକାଦଶୀ ପ୍ରସାଦ ସେବନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା, ଇସ୍କନ ମନ୍ଦିର ତରଫରୁ ଶ୍ରୀ ତ୍ରିଥ ରାଜ ପ୍ରଭୂଜି ଅଷ୍ଟୋତ୍ତରଶତ (୧୦୮) ନାମ ପାଠ କରିଥିଲେ । ଗୁଣୁପୁର ଇସ୍କନ ଭକ୍ତ ଶ୍ରୀ ସୁରେଶ ପ୍ରଭୂଜି ଭଗବାନଙ୍କ ସେବା ଦାୟିତ୍ଵରେ ଥିବା ବେଳେ ସନ୍ତୋଷ ପ୍ରଭୂଜି ମୃଦଙ୍ଗ ବାଦ୍ୟ କରୁଥିଲେ ।
ଶେଷସାଇ ପ୍ରଭୁଜି, ତିଳୋତ୍ତମା ମାତାଜୀ ଓ ଅର୍ଚ୍ଚନା ମାତାଜୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭଗବାନଙ୍କ ସେବା କାର୍ଯ୍ୟରେ ନିୟୋଜିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ପୁଷ୍ପାଞ୍ଜଳି ଦେବା ସହିତ ସମସ୍ତ ଙ୍କୁ ଧନ୍ୟବାଦଦେଇ ଦିବ୍ୟ ସେବାକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଥିଲେ । ଭଗବାନ ଶ୍ରୀ ନରସିଂହ ଦେବଙ୍କ ପୂଜାର୍ଚ୍ଚନା ଓ ଭଜନ କୀର୍ତ୍ତନରେ ଶାନ୍ତି ନଗର ଅଞ୍ଚଳରେ ଭକ୍ତିପୂତ ପରିଵେଶ ସୃଷ୍ଟି ହୋଇଥିଲା ।