32.9 C
Balāngīr
Sunday, July 20, 2025

ଭଦ୍ରକରେ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ, ସମ୍ଭାବ୍ୟ ଆଇନ ଶୃଙ୍ଖଲା ପରିସ୍ଥିତି ପାଇଁ ପଦକ୍ଷେପ

Must read

ଭଦ୍ରକ, (୧୨/୦୬) : ଆପ୍ର. : ଭଦ୍ରକରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ । ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଇଣ୍ଟରସେବା ବନ୍ଦ ରହିଛି ।

ଭଦ୍ରକ ବ୍ଲକ ଓ ପୌରାଞ୍ଚଳ, ତିହିଡି ବ୍ଲକ ଅଂଚଳ, ଧାମନଗର ବ୍ଲକ ଓ NAC ଅଂଚଳରେ ଇଣ୍ଟର ନେଟ ସେବା ବନ୍ଦ ରହିଛି । ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ସମ୍ଭାବ୍ୟ ଆଇନ ଶୃଙ୍ଖଲା ପରିସ୍ଥିତିକୁ ମୁକାବିଲା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୧୨ ଜଣଙ୍କୁ ଗିରଫ କରାଯାଇଛି ।

ଗତ ୩୦ ତାରିଖରେ ତିହିଡି ଥାନା କଷଟି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ସନ୍ତୋଷ ପରିଡା ନାମକ ଯୁବକ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ । ଗତକାଲି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଭଦ୍ରକ ତିହିଡି ଏବଂ ଧାମନଗର ଅଂଚଳରେ ଚପା ଉତ୍ତେଜନା ଦେଖାଦେଇଛି। ଆଜି ମୃତ ସନ୍ତୋଷଙ୍କ ମୃତଦେହ ଗାଁକୁ ଆସିବ । ଏପଟେ ମୁଖ୍ୟମନ୍ତ୍ରୀ ମୃତ ସନ୍ତୋଷ ଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...