32.9 C
Balāngīr
Tuesday, July 15, 2025

ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୫୦ ହଜାର ଲୋକଙ୍କୁ ମିଳିବ ଘର

Must read

ଭବାନୀପାଟଣା, (୩୦/୦୩) : ଆପ୍ର. : ଆଜି ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସହରର କ୍ରିଷ୍ଣାନଗର ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, କଳାହାଣ୍ଡି ସାଂସଦ ମାଳବିକା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ । ମୋହନ ସରକାର ବଜେଟ୍ରେ ଅନ୍ତ୍ୟୋଦୟ ଯୋଜନା ଲାଗି ୭୭୫୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଏହି ଯୋଜନାରେ ରାଜ୍ୟ ସରକାର ୫୦ ହଜାର ଲୋକଙ୍କୁ ଯୋଡିବେ । ଭିନ୍ନକ୍ଷମ, ବିଧବା, ଦୂରାରୋଗରେ ପୀଡିତ ବ୍ୟକ୍ତି, ସହିଦଙ୍କ ପରିବାର, ପଦ୍ମଶ୍ରୀ ପରିବାରର ବ୍ୟକ୍ତି, ବନ୍ୟା ବାତ୍ୟା ଓ ଅଗ୍ନିକାଣ୍ଡରେ ଜଳି ଯାଇଥିବା ଘରର ବ୍ୟକ୍ତିଙ୍କୁ ଏହି ଯୋଜନାରେ ସାମିଲ ହେବେ । ଅନଲାଇନ ଜରିଆରେ ଲୋକେ ଘର ପାଇଁ ଆବେଦନ କରିବେ । ତେବେ ଯେଉଁମାନେ ଏହି ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ ହେବାକୁ ଚାଁହୁଥିବେ ସେମାନେ ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ। ତେବେ ଅନଲାଇନ ପାଇଁ ୱେବ ପୋର୍ଟାଲ ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟାଳୟରେ ବିଡ଼ିଓଙ୍କ ମାଧ୍ୟମରେ ଆବଦନ କରିହେବ।

ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ପକ୍କା ଘର ଯୋଗାଇବାକୁ ଅନ୍ତ୍ୟୋଦୟ ଗୃହ ଯୋଜନା’ ରାଜ୍ୟ ସରକାରଙ୍କ ଏକ ମହତ୍ବ ଯୋଜନା । ଏହା ଅଧିନରେ ଆସନ୍ତା ୩ ବର୍ଷରେ ଅତି କମ୍ରେ ୨ ଲକ୍ଷ ୨୫ ହଜାର ନୂତନ ପକ୍କା ଘର ମଞ୍ଜୁର କରାଯିବ । ୨୦୨୫-୨୬ରେ ୭୫ ହଜାର ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଚଳିତ ବଜେଟ୍ରେ ଏଥିପାଇଁ ୨ ହଜାର ୬୦୩ କୋଟି ବ୍ୟୟ ବରାଦ ହୋଇଛି ।

 

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...