ରାଇକିଆ, (୧୬/୦୪) : ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ଭାଜପା ତରଫରୁ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କର ଜୟନ୍ତୀ ପାଳିତ ହୋଇଯାଇଛି ।
ମଣ୍ଡଳ ସଭାପତି ସନ୍ତୋଷ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଏମ୍ପି ପ୍ରତିନିଧି ସନ୍ତୋଷ ଲେଙ୍କା ଯୋଗଦେଇ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସମାଜରେ ସମାନତା ଓ ନ୍ୟାୟ ପାଇଁ ଆମ୍ବେଦ କରଙ୍କ ଅବଦାନ ଓ ତାଙ୍କ ଆଦର୍ଶକୁ ଅନୁସରଣ କରି ଏକ ସମୃଦ୍ଧ ଓଡିଶା ଗଠନ ପାଇଁ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଭିମନ୍ୟୁ ପଣ୍ଡା, ନାରାୟଣ ମହାନ୍ତି, ମନୋଜ ବେହେରା, ଙ୍କ ସମେତ ଦଳୀୟ କର୍ମକର୍ତ୍ତା ଓ ବହୁସଦସ୍ୟମାନେ ଯୋଗ ଦେଇଥିଲେ । ସନକ ଦିଗାଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଓ ରାଇକିଆ ମୁଖ୍ୟ ଛକ ଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଉଦ ଘାଟନ ହୋଇଛି । ସେହି କାର୍ଯ୍ୟକ୍ରମ ରେ ମଧ୍ୟ ବହୁ ଲୋକ ମାନେ ମଧ୍ୟ ଉପସ୍ଥିତ ଥିଲେ ।