32.9 C
Balāngīr
Wednesday, April 30, 2025

ଭାରତୀୟ ଜନତା ପାର୍ଟି ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ ଅନଷ୍ଠିତ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୨/୦୩) : ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ୍ ଉପରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ସାହାଗେଷ୍ଟ ହାଉସ୍ର ସମ୍ମିଳନୀ କକ୍ଷ ରେ ଜିଲ୍ଲା ର ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା।

ସୁବର୍ଣ୍ଣପୁର ଜିଲ୍ଲାର ବିଜେପି ସଭାପତି ବେଣୁଧର ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ବିଜେପିର ପୂର୍ବତନ ସଭାପତି ପ୍ରମୋଦ କୁମାର ମହାପାତ୍ର, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ଉଷାକୁମାରୀ, ରାଜକିଶୋର ମେଣ୍ଡିଲି, ସୋନପୁର କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଡଃ କେଦାରନାଥ ମିଶ୍ର ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ର ବଜେଟ ର ବିଭିନ୍ନ ଜନହିତକର ଦିଗ ଉପରେ ଆଲୋଚନା କରିଥିଲେ । ବାସ୍ତବିକ୍ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ଆଣିଥିବା ବଜେଟ ପ୍ରକୃତରେ ଲୋକଙ୍କ ବିକାଶ କୁ ଦୃଷ୍ଟି ରେ ରଖି ପ୍ରସ୍ତୁତି ହୋଇଥିବା ସମସ୍ତେ ପ୍ରକାଶ କରିଥିଲେ।ଏହି ସମ୍ମିଳନୀରେ ସହରର ସଚେତନ ନାଗରିକ କମିଟି, ବଣିକ ସଂଘ,କେମିଷ୍ଟ ଏଣ୍ଡ ଡ଼୍ରଗିଷ୍ଟ ସଂଘ, ଓ ଅନେକ ସାମାଜିକ ସଂଗଠନର କର୍ମକର୍ତ୍ତା ଙ୍କସହ ଆଇନଜୀବୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ ।

ଆଇନଜୀବୀ ମଧୁସୂଦନ ପ୍ରଧାନ, ସିତାଂଶୁ ଶେଖର ମିଶ୍ର ଙ୍କ ସ‌ହ ଅନେକ ବୁଦ୍ଧିଜୀବି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବଜେଟ କୁ ନେଇ ଜନସାଧାରଣ ଙ୍କ ସହ ରାଜନେତା ମାନଙ୍କ ଏହିପରି ଖୋଲା ଆଲୋଚନା କୁ ସମସ୍ତେ ଖୁବ୍ ପ୍ରଶଂସା କରିଥିବା ବେଳେ ସମୃଦ୍ଧ ଓଡିଶା ବିକଶିତ ଓଡ଼ିଶା ଗଠନ ସହ ଆଗକୁ ଏହି ସରକାର ବାସ୍ତବିକ୍ ଲୋକଙ୍କ ସରକାର ବୋଲି ଅନେକେ ମତବ୍ୟକ୍ତ କରିଥିବା ଦେଖାଯାଇଥିଲା। ଶେଷରେ ଭାଜପା ର ଜିଲ୍ଲା ସାଧାରଣ ସଂପାଦକ ବିଶ୍ଵମ୍ଭର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...