32.9 C
Balāngīr
Saturday, April 26, 2025

ଭାରତୀୟ ମଜଦୂର ସଂଘ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Must read

ରାୟଗଡ଼ା, (୧୮/୦୩) : ଆ.ପ୍ର. : ଭାରତୀୟ ମଜଦୂର ସଂଘ ର କେନ୍ଦ୍ରୀୟ ସଂଗଠନ ନିଷ୍ପତ୍ତି କ୍ରମେ ଭାରତର ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।WhatsApp Image 2025 03 19 at 09.25.16 ଭାରତୀୟ ମଜଦୂର ସଂଘ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଏହି ଅବସରରେ ରାୟଗଡ଼ା ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ରାୟଗଡ଼ା ଠକର ବାପା ଆଶ୍ରମ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହରର ମୂଖ୍ୟ ରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀ , କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ଦାବି ପତ୍ର ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ଏହା ସହ ଜିଲ୍ଲାରେ କାର୍ଯ୍ୟରତ ଅଙ୍ଗନୱାଡ଼ି ଏବଂ ହେଲପର ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ୮ ଦଫା ଦାବି ପତ୍ର ଡିଏସଡାବ୍ଳ ଶ୍ରୀମତୀ ମୀନତି ଦେଓଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

ଦାବିପତ୍ର ପ୍ରଦାନ ସମୟରେ ମୂଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ , ସମ୍ମାନୀୟ ଅତିଥି ଭାବେ ମହନ ରାଓ ମାଝୀ, ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ , ଶ୍ରୀମତୀ ଉଷା ରାଣୀ ଦାଶ , କିଶୋର କୁମାର ସାହୁ , ଦୂର୍ଗା ମାଧବ ଘୋଷ, ଯୋଗ ଦେଇଥିଲେ । ଦେଶରେ ବର୍ତ୍ତମାନ, ପ୍ରାୟ ୭୬ ଲକ୍ଷ ରୁ ଉର୍ଦ୍ଧ EPS-୯୫ ଅନ୍ତର୍ଗତ ପେନସନଭୋଗୀ ଅଛନ୍ତି ଯେଉଁମାନଙ୍କୁ ସର୍ବନିମ୍ନ ₹୧୦୦୦/- ପେନସନ ମିଳୁଛି । ଯେଉଁମାନେ ଦେଶ ଗଠନରେ ଦେଶର ବିଭିନ୍ନ ବେସରକାରୀ କ୍ଷେତ୍ରରେ କାମ କଲେ, ଆଜି ସେମାନେ ଉପେକ୍ଷାର ଶିକାର ହେଉଛନ୍ତି। ଗତ ତିନି ବର୍ଷ ଧରି ଭାରତୀୟ ମଜଦୂର ସଂଘ EPS-୯୫ ଅନୁର୍ଗତ ସର୍ବନିମ୍ନ ପେନସନକୁ ₹୧୦୦୦/- ରୁ ₹୫୦୦୦/- କୁ ବୃଦ୍ଧି କରିବା ସହିତ ମହଙ୍ଗା ଭତ୍ତା (VDA) ସହିତ ଯୋଡ଼ିବା ପାଇଁ ଦାବି କରିଆସୁଛି ।WhatsApp Image 2025 03 19 at 09.25.17 ଭାରତୀୟ ମଜଦୂର ସଂଘ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଏହା ସହିତ, BMS ଏହି ପେନସନ ଭୋଗୀଙ୍କ ପାଇଁ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଯୋଜନା ଅନ୍ତର୍ଭୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗେଇ ଦେବା ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ୍-ବଜେଟ୍ ବୈଠକରେ ବିଏମଏସ ଶୋଷିତ, ପୀଡ଼ିତ ନିଷ୍ପେସିତ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ଶ୍ରମିକମାନଙ୍କ ପାଇଁ ବିଶେଷ ଅର୍ଥ ବ୍ୟବସ୍ଥା କରିବାକୁ ବାରମ୍ବାର ଦାବି କରି ଆସୁଛି। ସରକାର ଅଦ୍ୟାବଧି ଅସଙ୍ଗଠନିତ ଶ୍ରମିକମାନଙ୍କ ଭବିଷ୍ୟତ ସୁରକ୍ଷିତ ପାଇଁ କୌଣସି ଠୋସ ନିର୍ଣ୍ଣୟ ନେଇ ନାହାଁନ୍ତି ।
। ବର୍ତମାନ ସାଂପ୍ରତିକ ନିତ୍ୟ ବ୍ୟବହୃତ ସାମଗ୍ରୀ ଗୁଡ଼ିକର ଅହେତୁକ ମୂଲ୍ୟବୃଦ୍ଧି ସମୟରେ ₹1 ହଜାର ପେନସନ ଟଙ୍କାରେ ବଞ୍ଚିବା କଳ୍ପନା ଯୋଗ୍ୟ ନୁହେଁ। ଅଙ୍ଗନୱାଡି କର୍ମୀ , ଆଶା କର୍ମୀ , ମଧ୍ୟାହ୍ନ ଭୋଜନ ପ୍ରସ୍ତୁତକାରୀ ଭଳି ସ୍କିମ୍ କର୍ମଚାରୀ ତଥା ବିଡି, ବୃକ୍ଷରୋପଣ, ଚା ବଗିଚା କର୍ମଚାରୀ, କୃଷି ଶ୍ରମିକ ଏବଂ ଖଣି ଶ୍ରମିକଙ୍କ ଭଳି ଅସଂଗଠିତ କର୍ମଚାରୀ ମାନେ ସାମାଜିକ ସୁରକ୍ଷା ଅନ୍ତର୍ଗତ ପେନସନ ଓ ୬୦ ବର୍ଷ ପରେ ଚିକିତ୍ସାରୁ ବଞ୍ଚିତ ଓ ଅବହେଳିତ ହେଉଛନ୍ତି।

ଚଳିତ ବଜେଟରେ ସରକାର ୨୦୩୦ ସୁଦ୍ଧା ସମ୍ପତ୍ତି ମୋନଟାଇଜେସନ୍ ମାଧ୍ୟମରେ ୧୦ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏଥି ସହିତ, ଜୀବନ ବୀମା ନିଗମରେ ଶତପ୍ରତିଶତ ବିଦେଶୀ ପୁଞ୍ଜି ବିନି ଯୋଗକୁ ଅନୁମତି ଦେଇ ଏହା ସାଧାରଣ ସମ୍ପତ୍ତି ବିକ୍ରୟ ପାଇଁ ରାସ୍ତା ଖୋଲିବା ଅତ୍ୟନ୍ତ ଭୁଲ ନିଷ୍ପତ୍ତି ବୋଲି ବିଏମଏସ ଅନୁଭବ କରୁଛି । ସରକାରଙ୍କ ଏହି ପଦକ୍ଷେପ ଆତ୍ମନିର୍ଭରଶୀଳ ଭାରତର ଅବଧାରଣା ନଷ୍ଟ କରୁଛି । ତେଣୁ ଇପିଏସ୍ ୯୫ ଅନୁଯାୟୀ ସର୍ବନିମ୍ନ ପେନ୍ସନ୍ ₹୫ ହଜାର ପ୍ରଦାନ କରାଯିବା ସହିତ ମହାଙ୍ଗାଭତ୍ତା ସହିତ ଯୋଡ଼ା ଯାଉ, ଇପିଏଫ୍ ର ବେତନ ସୀମା ପୁନଃ ନିର୍ଦ୍ଧାରଣ କରାଯାଇ ୧୫ ହଜାରରୁ ରୁ ୩୦ ହଜାରକୁ ବୃଦ୍ଧି ସହିତ ESIC ର ବେତନ ସୀମା ୨୧ ହଜାର ରୁ ୪୨ ହଜାର ଟଙ୍କାକୁ ବୃଦ୍ଧି କରାଯାଉ, ସର୍ବସାଧାରଣ ସମ୍ପତ୍ତି ବିକ୍ରୟ ଉପରେ ତୁରନ୍ତ ନିଷେଧାଦେଶ ଜାରି ହେଉ ।

ବୀମା / ଆର୍ଥିକ କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ପୁଞ୍ଜି ବିନିଯୋଗ ଉପରେ ପ୍ରତିବନ୍ଧକ ଲଗାଯାଉ। ସମସ୍ତ ସ୍କିମ୍ ୱାର୍କର ମାନଙ୍କୁ କର୍ମଚାରୀ ର ମାନ୍ୟତା ସହିତ ସରକାରୀ କର୍ମଚାରୀ ଭାବରେ ସମାନ ଦରମା ଏବଂ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ, ଅସଂଗଠିତ କ୍ଷେତ୍ର ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଉପଲବ୍ଧ ହେଉ। ଉକ୍ତ କାର୍ଯ୍ୟକ୍ରମକୁ ପ୍ରମୋଦ ପତି , ତମାଳ ସାହୁକାର , ଆନନ୍ଦ ରାଉଳ, ଧର୍ମ ସିଂ ନାଗ , ଅରୁଣ ଲେଙ୍କା , ଜୟଦେବ ସେଠ , ପ୍ରତାପ ସାହୁ, ବସନ୍ତ ବାଗ ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...