32.9 C
Balāngīr
Monday, April 28, 2025

ଭାରତୀୟ ରେଳ ବୈଦୁତିକ କରଣ ୧୦୦ବର୍ଷ ପୂର୍ତ୍ତି

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୩୧/୦୧) : ଭାରତୀୟ ରେଳର ୧୦୦ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ ରେଳ ଷ୍ଟେସନ ଠାରେ ଏକ ପ୍ରଭାତ ଫେରି ପଦଯାତ୍ରା ଷ୍ଟେସନ ନିକଟରୁ ବାହାରିଥିଲା ଷ୍ଟେସନ ରାଜ ରାସ୍ତା ଦେଇ ପୁଣିଥରେ ଷ୍ଟେସନରେ ଆସି ପହଁଚିଥିଲା।WhatsApp Image 2025 01 31 at 20.31.51 ଭାରତୀୟ ରେଳ ବୈଦୁତିକ କରଣ ୧୦୦ବର୍ଷ ପୂର୍ତ୍ତି

ଉକ୍ତ ପଦଯାତ୍ରା ରେ ରାୟଗଡ଼ ରେଳ ଡ଼ିଭିଜନ ଡି.ଆର୍.ଏମ ଶ୍ରୀଯୁକ୍ତ ଅମିତାଭ ସିଂଘଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରେଳ ବୈଦୁତିକରଣ ୧୦୦ବର୍ଷ ପୂର୍ତ୍ତି ଅବସର ପାଳନର ସଭାଗ୍ୟ ମିଳିଛି । ଏହି ସୁଯୋଗ ମିଳିଥିବା ଯୋଗୁଁ ଭଗବାନ୍ ଙ୍କୁ ଧନ୍ୟବାଦ୍ ଦେବା ସହ ନିଜକୁ ଭାଗ୍ୟବାନ ମନେ କରିଛନ୍ତି । ଶ୍ରୀଯୁକ୍ତ ସିଂଘଲ କହିଛନ୍ତି ଫେବୃୟାରୀ ୩ତାରିଖ ୧୯୨୫ମସିହାରେ ପ୍ରଥମ ଇଲେକ୍ଟ୍ରି ଟ୍ରେନ ଆରମ୍ଭ ହୋଇଥିଲା ଛତ୍ରପତି ଶିବାଜି ଟରମିନସ ଠାରୁ। ବର୍ତ୍ତମାନ୍ ଭାରତିୟ ରେଳର ୯୭ଭାଗ ବୈଦୁତିକରଣ ହୋଇ ସାରିଥିବା ବେଳେ, ଆଉ ତିନିଭାଗ କାର୍ଯ୍ୟ ଅତିଶିଘ୍ର ତ୍ଵରାନିତ କରାଯାଇ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ବୈଦୁତିକରଣ ହୋଇଯିବ । ରାୟଗଡା ରେଳ ଡ଼ିଭିଜନରେ ଆହୁରି ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିବାକୁ ହେବ ।WhatsApp Image 2025 01 31 at 20.31.52 ଭାରତୀୟ ରେଳ ବୈଦୁତିକ କରଣ ୧୦୦ବର୍ଷ ପୂର୍ତ୍ତି

ଏହି ଉନ୍ନତି କାର୍ଯ୍ୟରେ ଆମେ ଯେପରି ସମ୍ପୂର୍ଣ୍ଣ ସହଯୋଗ କରିବା ତତ୍ପରତା ଦେଖାଇବା ନିମନ୍ତେ ମୁଁ ଏବଂ ମୋ କର୍ମଚାରୀ ସେବା ମନବୃତି ରଖିଛନ୍ତି । ଭାରତୀୟ ରେଳ ସମ୍ପୂର୍ଣ୍ଣ ବୈଦୁତିକରଣ ହେବା ଦ୍ୱାରା ଗନ୍ତବ୍ୟ ସ୍ଥଳରେ ଶିଘ୍ର ପହଞ୍ଚିବାରେ ସହାୟକ ହେବ । ଏବଂ ବାୟୁ ମଣ୍ଡଳରେ କାର୍ବନ ଡାଇଅକ୍ସାଇଡ ପରିମାଣ କମିବ। ଶବ୍ଦ ପ୍ରଦୂଷଣକୁ ରୋକାଯାଇ ପାରିବ । କିଛି ଦିନ ମଧ୍ୟରେ ରାୟଗଡ଼ ଷ୍ଟେସନରେ ସୋଲାର ପ୍ୟାନେଲ ଗୁଡ଼ିକ ଲଗାଯିବ ବୋଲି କହିଛନ୍ତି । ପ୍ରଭାତଫେରି ମାଧ୍ଯମରେ ଲୋକେ ଆଜିର ଦିନକୁ ଯେପରି ମନେ ରଖିବେ ସେହି ଉଦ୍ଦେଶ୍ୟ ନେଇ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା ।

ଏହି ପଦଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ଅଶୋକ କୁମାର (DE) TRD ରାୟଗଡା, ରାଜେନ୍ଦ୍ର କୁମାର୍(ADEN), କଟେଶ୍ୱର୍ ରାଓ (ASTE) , ଚିଫ ବୁକିଙ୍ଗ ସୁପରଭାଇଜର- ଅଶୋକ କୁମାର୍ ପାଢ଼ୀ, ମନୋଜ କୁମାର୍(IOW), ଶ୍ରୀନିବାସ ରାଓ, (ଅଫିସ୍ କମାଣ୍ଡଣ୍ଟ RPF), ଷ୍ଟେସନ ମ୍ୟାନେଜର ପରମାନନ୍ଦ ପିଡିକାକା ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...