ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୦୫/୦୧) : ଆଜି ୦୪ ଜାନୁଆରୀ ୨୦୨୫, ଶନିବାର ଦିନ ଭାରତ ବିକାଶ ପରିଷଦ, ବ୍ରହ୍ମପୁର ଶାଖା ଏବଂ ସାନ୍ ଆଣ୍ଡ ନୀଲ୍ ଫାଉଣ୍ଡେସନ ପକ୍ଷରୁ ମିଳିତ ଭାବେ ପଣ୍ଡା କଲୋନୀ ସ୍ଥିତ ଭାରତ ବିକାଶ ଭବନ ଠାରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଯାଇଛି ।
ପଦ୍ମଶ୍ରୀ ଡ. କେ. ଏମ୍. ପାଠି, ପରିଷଦ ସଭାପତି ଶ୍ରୀ ସୀମାଞ୍ଚଳ ଦାଶ ଏବଂ ସାନ୍ ଆଣ୍ଡ ନିଲ ଫାଉ6ଣ୍ଡସନ ର ପି.ଧର୍ମା ରାଓ, ମିଳିତ ଭାବେ ଦୀପ ପ୍ରଜ୍ଵଳନ କରି ଶିବିର ଉଦଘାଟନ କରିଥିଲେ ଲ ଏହି ସ୍ୱାସ୍ଥ୍ୟ ସେବା ଶିବିରରେ (Orthopadic) ଅର୍ଥପେଡିକ୍ ଅସ୍ଥିସଲ୍ୟ ଚିକିତ୍ସା ପରାମର୍ଶ ପଦ୍ମଶ୍ରୀ ଡ.କେ. ଏମ୍. ପାଠି ଦେଇଥିଲେ l ଶଙ୍କର ଚକ୍ଷୁ ଚିକିତ୍ସାଳୟ ଦ୍ଵାରା ତାଙ୍କର କ୍ୟାମ୍ପ ଟିମ୍ ମାଧ୍ୟମରେ ଚକ୍ଷୁ ପରୀକ୍ଷା କରାଯାଇଥିଲା ଏବଂ ମାଗଣା ଅପରେସନ ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି ।
ଶିବିରରେ ଅମ୍ବୁଜା ସାହୁ ଓ ଧର୍ମା ରାଓ ରକ୍ତ ଶର୍କରା ଓ ରକ୍ତ ଚାପ ପରୀକ୍ଷା କରିଥିବା ବେଳେ । ଡ ସମରେନ୍ଦ୍ର ସାହୁ ଓ ଡ.ସଂସ୍କୃତି ସାହୁ ଦାନ୍ତ ପରୀକ୍ଷା କରିବା ସହ ଔଷଧ ପରାମର୍ଶ ଦେଇଥିଲେ । ସେଇଭଳି ଆୟୁର୍ବେଦ ବିଭାଗ ରେ ଡ. ପ୍ରାଣ ଚାନ୍ଦ ପଣ୍ଡା ଓ ଡ. ହୃଷୀକେଶ ପାଢି ଚିକିତ୍ସା କରି ପରାମର୍ଶ ଦେଇଥିଲେ । ମନସ୍ତତ୍ଵ ବିଭାଗରେ କେ.ଏନ୍. ରାଣୀ ରୋଗୀ ମାନଙ୍କର ଚିକିତ୍ସା କରିଥିଲେ । ଶିବିରରେ ପରିଷଦ କର୍ମକର୍ତ୍ତା ଙ୍କ ସହ ପାଖ ସାହି ବସ୍ତିରୁ ମୋଟ ୯୮ ଜଣ ରୋଗୀ ଯୋଗ ଦେଇ ଶିବିର ର ଉଚିତ୍ ସୁଯୋଗ ନେଇଥିଲେ । କେବଳ ୪୮ ଜଣ ଚକ୍ଷୁ ପରୀକ୍ଷା କରିଥିବା ବେଳେ ଚାରି ଜଣଙ୍କୁ ପରଳ ଅପରେସନ ପାଇଁ ପରାମର୍ଶ ଦିଆଯାଇଛି ।
ଶିବିର ପରିଚାଳନା ରେ ସେବା ସଚିବ ଡ ପ୍ରାଣ ଚାନ୍ଦ ପଣ୍ଡା ସଂଯୋଜନା କରିଥିବା ବେଳେ ଉମା ଶଙ୍କର ପାଣି, ନାରାୟଣ ପାଢି, ଯାଜ୍ଞସେନୀ ଦେବୀ, ପ୍ରଶାନ୍ତ ସାହୁ, ପ୍ରଶାନ୍ତ ମହାରଣା, ଅଶୋକ କୁମାର ମହାରଣା, ରଜନୀକାନ୍ତ ପାତ୍ର, ପ୍ରକାଶ ଭଜାନି, ଏନ୍. କ୍ରୀଷ୍ଣା ବାବୁ, କୁଞ୍ଜ ବିହାରୀ ସାହୁ, କୁମୁଦ ସାମଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ପ୍ରସନ୍ନ କୁମାର ଛୋଟରାୟ ସମସ୍ତଙ୍କୁ ଧନ୍ଯବାଦ ଦେବାପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।