32.9 C
Balāngīr
Wednesday, April 23, 2025

ଭାରତ ବିକାଶ ପରିଷଦ, ବ୍ରହ୍ମପୁର ଶାଖା ଦ୍ୱାରା ହିନ୍ଦୁ ନବବର୍ଷ ପାଳନ ଏବଂ ବାର୍ଷିକ ନିର୍ବାଚନ ଅନୁଷ୍ଠିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ବ୍ରହ୍ମପୁର (୩୦/୦୩-ଆପ୍ର): ଆଜି ରବିବାର ଦିନ ଭାରତ ବିକାଶ ପରିଷଦ, ବ୍ରହ୍ମପୁର ଶାଖା ରେ ଭାରତୀୟ ନବବର୍ଷ ମହା ଆଡ଼ମ୍ବରରେ ପାଳନ କରାଯାଇଛି ତତସହିତ ପରିଷଦ ର ବର୍ଷର ଶେଷ ସାଧାରଣ ପରିଷଦ ବୈଠକ ଓ ୨୦୨୫ – ୨୬ ବର୍ଷ ପାଇଁ ବାର୍ଷିକ ନିର୍ବାଚନ ପରିଷଦ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l

ସକାଳ ୧୧.୦୦ ଘଣ୍ଟା ସମୟରେ ସଭାପତି ଇଂ ସୀମାଞ୍ଚଳ ଦାଶ ଓ ଆଜି ଉତ୍ସବ ର ମୁଖ୍ୟ ଅତିଥି ଡଃ ପ୍ରଶାନ୍ତ ପତି ଏବଂ ଅନ୍ୟ ସମସ୍ତ ପଦାଧିକାରୀ ମାନଙ୍କ ଉପସ୍ଥିତିରେ ଦୀପ ପ୍ରଜ୍ବଳନ ଏବଂ ବନ୍ଦେ ମାତରମ୍ ଗାନ ପରେ ସମ୍ପାଦକ ମଞ୍ଚାସୀନ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଉତ୍ତରୀୟ ଦେଇ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସଭାପତି ଶ୍ରୀ ସୀମାଞ୍ଚଳ ଦାଶ ସ୍ଵାଗତ ଭାଷଣ ଦେଇଥିଲେ ଓ ପରିଷଦ ପରିଚୟ ରଖିଥିଲେ l ଭାରତମାତାଙ୍କ ଜୟକାର ଧ୍ୱନି ରେ ଉତ୍ସବ ମୁଖର ହୋଇଉଠିଥିଲା | ମୁଖ୍ୟ ଅତିଥି ରୁପେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଗଞ୍ଜାମ ଜିଲ୍ଲା ସଂଘଚାଳକ ଡ. ପ୍ରଶାନ୍ତ କୁମାର ପତି ଯୋଗଦେଇ ହିନ୍ଦୁ ନବବର୍ଷ ପାଳନ ର ଆଜିର ମହତ୍ ବୁଝାଇ ଥିଲେ | ସେ କହିଥିଲେ ଯେ ଆଜିର ଦିନରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଙ୍କ ଦ୍ଵାରା ଏ ଜାଗତ ସ୍ରୁଷ୍ଟି ହୋଇଥିଲା lବୈଦିକ କାଳ ଗଣନା ଆରମ୍ଭ ହୋଇଥିଲା l ଆଜିର ଦିନରେ ରାଜା ବିକ୍ରମାଦିତ୍ୟଙ୍କ ଦ୍ଵାରା ବିକ୍ରମ ସମ୍ବତ ଏବଂ ଶକାବ୍ଦ ଆରମ୍ଭ ହୋଇଥିଲା l ଭଗବାନ ଶ୍ରୀରାମଚନ୍ଦ୍ର ଏବଂ ସମ୍ରାଟ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ ମଧ୍ଯ ଆଜିର ଦିନରେ ହୋଇଥିଲା l2ab7a9aa e8e3 4b8a 88bb 1516a9967009 ଭାରତ ବିକାଶ ପରିଷଦ, ବ୍ରହ୍ମପୁର ଶାଖା ଦ୍ୱାରା ହିନ୍ଦୁ ନବବର୍ଷ ପାଳନ ଏବଂ ବାର୍ଷିକ ନିର୍ବାଚନ ଅନୁଷ୍ଠିତ

ଇଂରାଜୀ ନବବର୍ଷ ଓ ଭାରତୀୟ ନବବର୍ଷ ର ଅନ୍ତର ବୁଝାଇ କହିଥିଲେ ଯେ ଏହି ସମୟରେ ଜଗତ ପୁଣିଥରେ ସବୁଜିମାମୟ ହୋଇଥାଏ l ଆଜିଠାରୁ ସୁର୍ଯ ଙ୍କ ତାପ ମଧ୍ୟ ବଢ଼ିଥାଏ l ଏଭଲି ବହୁ ଐତିହାସିକ , ସାମାଜିକ, ସଂକୃତିକ ଭାରତର ତଥ୍ୟମାନ ନିଜ ବକ୍ତବ୍ଯରେ ଉପସ୍ଥିତ ସମସ୍ତ ଙ୍କୁ ବୁଝାଇଥିଲେ l ପରେ ଅତିଥିଙ୍କୁ ଧନ୍ୟବାଦ ଦିଆଯାଇଥିଲା ଏବଂ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା l ପରେ ପରେ ସେବା ସଚିବ ଡଃ. ପ୍ରାଣ ଚାନ୍ଦ ପଣ୍ଡା, ସଂସ୍କାର ସଚିବ ଲିଙ୍ଗରାଜ ସାହୁ, ସଂଗଠନ ସମ୍ପାଦକ ରୁଦ୍ର ପ୍ରସାଦ ସିଂଦେଓ ଅର୍ଥ ସଚିବ ଶ୍ରୀ ଅଶୋକ ମହାରଣା ଗଲା ବର୍ଷ ର ନିଜ ବିଭାଗର ବିବରଣୀ ରଖିଥିଲେ l ଶାଖା ସମ୍ପାଦକ ଶ୍ରୀ ପ୍ରସନ୍ନ ଛୋଟରାୟ ବାର୍ଷିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ବାଳ ସଂସ୍କାର, ଭାରତ କୁ ଜାଣ ପ୍ରତିଯୋଗିତା, ରାଷ୍ଟ୍ରୀୟ ସମୂହ ଗାନ ପ୍ରତିଯୋଗିତା, କନ୍ୟା ପୂଜନ କାର୍ଯ୍ୟକ୍ରମ, ମାଗଣା ସ୍ୱାସ୍ଥ୍ୟସେବା ଶିବିର ଇତ୍ୟାଦି ପ୍ରମୁଖ କାର୍ଯ୍ୟକ୍ରମ କରାଯାଇଥିଲା ବୋଲି ସମ୍ପାଦକ କହିଥିଲେ l ଭାରତ କୁ ଜାଣ ପ୍ରତିଯୋଗିତାରେ ଚଳିତବର୍ଷ ଡି-ପଲ ବିଦ୍ୟାଳୟର ଜୁନିୟର ଗ୍ରୁପ ରେ ରାଷ୍ଟ୍ରୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ନେସ୍ନାଲ୍ ଚାମ୍ପିଅନ୍ ହୋଇ ଥିବା ସମ୍ପାଦକ କହିଥିଲେ la3038ef8 0b3b 472f b0a3 88148ad1396a ଭାରତ ବିକାଶ ପରିଷଦ, ବ୍ରହ୍ମପୁର ଶାଖା ଦ୍ୱାରା ହିନ୍ଦୁ ନବବର୍ଷ ପାଳନ ଏବଂ ବାର୍ଷିକ ନିର୍ବାଚନ ଅନୁଷ୍ଠିତ

ପରେ ସଭାପତି ଶ୍ରୀ ସୀମାଞ୍ଚଳ ଦାଶ ଅଧ୍ୟକ୍ଷ ଭାଷଣ ଦେଇଥିଲେ l ସେ କହିଥିଲେ ଯେ ଭାରତ ବିକାଶ ପରିଷଦ ସମ୍ପର୍କ, ସହଯୋଗ, ସେବା, ସଂସ୍କାର ଓ ସମର୍ପଣ ଭଳି ପବିତ୍ର କାର୍ଯ୍ୟ ଦ୍ୱାରା ସମାଜରେ ସେବା କରିଆସୁଛି l ତେଣୁ ସମସ୍ତେ ଏହି ପବିତ୍ର କାର୍ଯ୍ୟ ରେ ହାତ ଲଗେଇ ପରିଷଦ କାମ ବଢେଇବାକୁ ଆହ୍ଵାନ ଦେଇଥିଲେ l ଶେଷରେ ଚଳିତବର୍ଷ ର କାର୍ଯ୍ୟକାଳ ଶେଷହେବା ଘୋଷଣା କରି କାର୍ଯ୍ୟକାରିଣୀ କୁ ଭଙ୍ଗ କରିଥିଲେ ଏବଂ ସଭାପତି, ସମ୍ପାଦକ, ଅର୍ଥ ସଚିବ ମଞ୍ଚ ଛାଡିଥିଲେ l ଶେଷରେ ମୁଖ୍ୟ ଅତିଥି ତଥା ରାଜ୍ୟରୁ ଆସିଥିବା ନିର୍ବାଚନ ପର୍ଯ୍ୟବେକ୍ଷକ ରାଜ୍ୟ ସେବା ସଚିବ ଇଂ ରମେଶ ଚନ୍ଦ୍ର ପଣ୍ଡା ରାଜ୍ଯ ତାଙ୍କ ବକ୍ତବ୍ୟରେ ପରିଷଦ ରେ କିପରି ନିର୍ବାଚନ ହୁଏ କହିବା ସହ ରାଷ୍ଟ୍ରୀୟ ନିର୍ବାଚନ ଓ ରାଜ୍ୟ ନିର୍ବାଚନ ବିବରଣୀ ରଖିଥିଲେ l ନିର୍ବାଚନ ପଦ୍ଧତି ବୁଝେଇଲା ପରେ ନିର୍ବାଚନ କରାଯାଇଥିଲା l ସଂଗଠନ ସମ୍ପାଦକ ରୁଦ୍ର ପ୍ରସାଦ ସିଂଦେଓ ତାଙ୍କୁ ନିର୍ବାଚନ ପରିଚାଳନା ରେ ସହଯୋଗ କରିଥିଲେ l

“‘धरती ने आपको याद किया’: पीएम मोदी और मंत्रियों ने ‘भारत की बेटी’ सुनीता विलियम्स की अंतरिक्ष से वापसी का जश्न मनाया”

୨୦୨୫-୨୬ ବର୍ଷ ପାଇଁ ନୂଆ ସଭାପତି ରୁପେ ଶ୍ରୀ ସୀମାଞ୍ଚଳ ଦାଶ ପୁନର୍ବାର ନିର୍ବାଚିତହୋଇଥିଲେ, ସମ୍ପାଦକ ରୂପେ ନୂତନ ଭାବେ ଜି. ଶିବରାମ ରେଡ୍ଡୀ ନିର୍ବାଚିତ ହୋଇଥିଲା ବେଳେ ଅର୍ଥ ସଚିବ ଭାବେ ଇଂ ଶ୍ରୀ ରବିନ୍ଦ୍ର କୁମାର ନାୟକ ନୂତନ ଭାବେ ନିର୍ବାଚିତ ହୋଇଥିଲେ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ରମେଶ ପଣ୍ଡା ଘୋଷଣା କରିଥିଲେ ଏବଂ ନୂତନ ପଦାଧିକାରୀ ଙ୍କୁ ମଞ୍ଚ କୁ ନିମନ୍ତ୍ରଣ କରି ଅଙ୍ଗବସ୍ତ୍ର ଦେଇ ସ୍ଵାଗତ କରିଥିଲେ l ସଭାପତି ମଧ୍ୟ ନିର୍ବାଚନ ଅଧିକାରୀ ଙ୍କୁ ଓ ମୁଖ୍ୟ ବକ୍ତା ଙ୍କୁ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରିଥିଲେ l ସଭାପତି ଇଂ ସୀମାଞ୍ଚଳ ଦାଶ ୨୦୨୫-୨୬ ବର୍ଷ ପାଇଁ ନୂତନ ଦାୟିତ୍ୱ ଘୋଷାଣ କରିଥିଲେ l ଉପସଭାପତି ସେବା ଡ ପ୍ରାଣ ଚାନ୍ଦ ପଣ୍ଡା, ଉପସଭାପତି ସଂସ୍କାର ନାରାୟଣ ପାଢି, ଉପସଭାପତି ସମ୍ପର୍କ ଜେ. ସତ୍ୟନାରାୟଣ ସୁବୁଦ୍ଧି, ଉପସଭାପତି ପରିବେଶ ଭାବେ ବିଜଯ ପାଢି, ମହିଳା ସହଭାଗୀତା ସଂଯୋଜିକା ଭାବେ ଯାଜ୍ଞସେନୀ ଦେବୀ ଙ୍କୁ ଦାୟିତ୍ଵ ଘୋଷଣା କରିଥିବାବେଳେ ସେବା ସଂଯୋଜକ ଶ୍ରୀ ଧର୍ମା ରାଓ, ଲିଙ୍ଗରାଜ ସାହୁ ଭାରତ କୁ ଜlଣ ସଂଯୋଜକ,ରାଷ୍ଟ୍ରୀୟ ସମୂହ ଗାନ ସଂଯୋଜିକା କେ. ଏନ୍. ରାଣୀ, ଗୁରୁ ବନ୍ଦନା ଛାତ୍ର ଅଭିନନ୍ଦନ ସଂଯୋଜକ ଭାବେ କୁମୁଦ ଚନ୍ଦ୍ର ସାମଲ ଏବଂ ମିଡିଆ ପ୍ରମୁଖ ଭାବେ ଉମା ଶଙ୍କର ପାଣି ଙ୍କୁ ଦାୟିତ୍ଵ ଦିଆଯାଇଛି l

Mahila Mandal of J K Paper Mills celebrated International Women’s Day

ବିଦାୟୀ ସମ୍ପାଦକ ପ୍ରସନ୍ନ ଛୋଟରାୟ ଙ୍କୁ କ୍ଷେତ୍ରୀୟ ସେବା ସଂଯୋଜକ ଭାବେ ନୂତନ ଦାୟିତ୍ଵ ଗ୍ରହଣ କରିଥିବାରୁ ସଭାପତି ଏବଂ ଅନ୍ୟମାନେ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦେଇଥିଲେ l ସଂଗଠନ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଏବଂ କାର୍ଯ୍ୟକ୍ରମ ଶେଷ ହୋଇଥିଲା l ଆଜିର କାର୍ଯ୍ୟକ୍ରମ ପରିଚାଳନା ରେ ରୁଦ୍ର ନାରାୟଣ ସିଂହଦେଓ, ଏନ୍. କ୍ରିଷ୍ଣା ବାବୁ, ରମେଶ ପଣ୍ଡା, ଇଂ କାଶୀ ବିଶ୍ୱନାଥ ଚୌଧୁରୀ , ପ୍ରକାଶ ଭଜାନୀ, ଜେ.ଏସ.ଏନ ସୁବୁଦ୍ଧି , ନାରାୟଣ ପାଢି, ଧର୍ମା ରାଓ ପ୍ରମୁଖ ସହଯୋଗ କରିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...