ସୁନ୍ଦରଗଡ, (୧୪/୦୩) : ଆ.ପ୍ର : ଭାରସାମ୍ୟ ହରାଇ ଓଲଟି ୧୫ ଫୁଟ୍ ତଳକୁ ଖସିଲା ବସ୍ । ଫଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣରୁ ଅଧିକ ଆହତ ହୋଇଛନ୍ତି ।
ସୁନ୍ଦରଗଡ଼ ସଦର ଥାନା ଟାଙ୍ଗରମୁଣ୍ଡା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ବସ୍ଟି ଯାତ୍ରୀମାନଙ୍କୁ ନେଇ ଚିଙ୍ଗିରିକେଲାରୁ ସୁନ୍ଦରଗଡ଼ ଅଭିମୁଖେ ଆସୁଥିଲା । ପ୍ରଥମେ ବସ୍ଟି ବାଇକକୁ ଧକ୍କା ଦେଇଥିଲା । ପରେ ବସ୍ ଟି ଭାରସାମ୍ୟ ହରାଇ ୧୫ ଫୁଟ୍ ତଳକୁ ଖସି ପଡ଼ିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ବସ୍ରେ ଚାପି ହୋଇଯାଇଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି। ବସ୍ଟି ଦ୍ରୁତ ଗତି ଆସୁଥିବା କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।