ରିପୋର୍ଟ : ଓଡିଶା ନ୍ୟୁଜ ୨୪
କଟକ, (୦୩/୦୩) : ଦୋକାନକୁ ମାଡ଼ିଗଲା କାର୍ । ଏହି ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ପୁରୀ ଯିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ୩ ଜଣ ସାଙ୍ଗ ।
ଜଗତପୁର ନିକଟରେ ଭାରସାମ୍ୟ ହରାଇ ଦୋକାନକୁ ଧକ୍କା ଦେଇଛି କାର୍ । କାରଟି ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଦୋକାନ ଘରେ ପିଟି ହୋଇଯାଇଥିଲା । ତେବେ ଚମ୍ପତି ପଞ୍ଚାୟତର ୨ଜଣ ଓ ଅନ୍ୟ ଜଣେ ମୁତାରିଫା ପଞ୍ଚାୟତ ପଦ୍ମପୁର ଅଞ୍ଚଳରବୋଲି ଜଣାପଡିଛି । ଦୁର୍ଘଟଣାରେ କାର୍ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ୨ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି କରାଯାଇଛି ।ସେହିପରି କିଛି ଦିନ ପୂର୍ବରୁ ନୟାଗଡ଼ରେ ଦୋକାନ ଘର ଉପରେ ମାଡି ଯାଇଥିଲା କାର୍ । ଦୁଇ ଜଣଙ୍କ ଜୀବନ ଚାଲି ଯାଇଥିଲା । ନୟାଗଡ଼ ଇଟାମାଟି ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଥିଲା । କାର୍ ଭିତରେ ଥିବା ଜଣେ ବ୍ୟକ୍ତି ଓ ଜଣେ ପଥଚାରୀଙ୍କର ମୃତ୍ୟୁ ହୋଇଥିଲା । ପଥଚାରୀକୁ ଧକ୍କା ଦେଇ ଦୋକାନକୁ ପଶିଯାଇଥିଲା କାର ।