ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ହରଭଙ୍ଗା, (୨୯/୦୮) : ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ଅତଲସରା ଗାଁରେ ଅଭାବନୀୟ ଘଟଣା ଘଟିଛି ।
ଭାଲୁ ଆକ୍ରମଣରେ ଜଣେ ଚାଷୀ ଗୁରୁତର ହୋଇଛନ୍ତି । ଗୁରୁତର ଚାଷୀ ଅତଲସରା ଗାଁର ପଦ୍ମଚରଣ ନାଏକ ବୋଲି ଜଣାପଡିଛି । ଆଜି ସକାଳେ ପଦ୍ମଚରଣ ନିଜ ବିଲରେ କାମ କରୁଥିବା ସମୟରେ ଗୋଟିଏ ଜଙ୍ଗଲୀ ମାଈ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଭାଲୁ ଆକ୍ରମଣରେ ତାଙ୍କର ମୁଣ୍ଡ, ଜଙ୍ଘ, ହାତରେ ଆଘାତ ଲାଗିଛି । ତାଙ୍କୁ ଚିକିତ୍ସା ପାଇଁ ହରଭଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି । ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।