32.9 C
Balāngīr
Tuesday, May 13, 2025

ଭାଲୁ ଆକ୍ରମଣରେ ଜଣେ ଗୁରୁତର

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଠାକୁରମୁଣ୍ଡା, (୦୭/୦୫) : ଆପ୍ର. : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ଖୁମଠାଣ ଗ୍ରାମ ନିକଟ ସାଳନ୍ଦୀ କୂଳରେ ବୁଧବାର ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି ।

ଗୁରୁତର ବ୍ୟକ୍ତିଜଣକ ହେଉଛନ୍ତି ମହୁଲଡିହା ଥାନା ଖୁମଠାଣ ଗ୍ରାମର ହେମନ୍ତ ନାଏକ(୫୦)। ସୂଚନା ଅନୁଯାୟୀ, ଆଜି ସକାଳୁ ହେମନ୍ତ ଗ୍ରାମ ନିକଟରେ ଥିବା ସାଳନ୍ଦୀ ନଦୀକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଏକ ଭାଲୁ ଆସି ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣ ସମୟରେ ହେମନ୍ତ ଚିତ୍କାର କରିବାରୁ ଆଖ ପାଖରେ ଥିବା ଲୋକେ ଘଟଣା ସ୍ଥଳକୁ ଦୌଡ଼ି ଆସିଥିଲେ। ଲୋକଙ୍କୁ ଦେଖି ଭାଲୁ ଚାଲିଯିବା ପରେ ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ହେମନ୍ତଙ୍କୁ ପରିବାର ଲୋକେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଅଟୋ ଯୋଗେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଭାଲୁ ଆକ୍ରମଣରେ ହେମନ୍ତଙ୍କ ମୁଣ୍ଡ, ଡାହାଣ ହାତ, ଗୋଡରେ ଗଭୀର କ୍ଷତ ହୋଇଛି। ତେବେ ହେମନ୍ତ ବିପିଏଲ ଶ୍ରେଣୀର ହୋଇଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...