ଆନନ୍ଦପୁର, (୦୯/୦୫) : ଆପ୍ର. : ଭାଲୁ ଆକ୍ରମଣରେ ଜଣେ ଗୁରୁତର । ଆନନ୍ଦପୁର ଥାନା ଅନ୍ତର୍ଗତ ପଣସଡିହା ଗାଁର ମୂଳ ବାସିନ୍ଦା କୁମୁଦ ସେନାପତି ।
ସେ ପ୍ରତିଦିନ ପାଖ ଜଙ୍ଗଲକୁ ଛେଳିଚରାଇବାକୁ ଯାଆନ୍ତି । ହେଲେ ଅଚାନକ ଏକା ବେଳକେ ୨ଟି ଭାଲୁ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିବା ଜଣାପଡିଛି । ସେ ଅନେକ ସମୟ ଧରି ଭାଲୁ ସହ ଲଢେଇ କରିବା ପରେ ତଳେ ପଡିଯାଇଥିଲେ । ଫଳରେ ଦୁଇଟିଯାକ ଭାଲୁ ତାଙ୍କୁ ଆକ୍ରମଣ କରି ଚାଲିଥିଲେ । ତେବେ ସେହିସମୟରେ କିଛିସ୍ଥାନୀୟ ଲୋକ ଯିବାବେଳେ ଭାଲୁମାନେ ଦୌଡ଼ିଜଙ୍ଗଲ ଭିତରକୁ ପଳାଇଥିଲେ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଗୁରୁତ୍ବର କୁମୁଦକୁ ପ୍ରଥମେ ଠାକୁରମୁଣ୍ଡା ଓ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ଶୋଚନୀୟ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ସେହିପରି ନିକଟରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ମାଧମୁଣ୍ଡାରେଭାଲୁ ଆକ୍ରମଣ ଘଟଣା ଦେଖିବାକୁ ମିଳିଥିଲା । ଭାଲୁ ଆକ୍ରମଣରେ ଜଣଙ୍କର ଜୀବନ ଚାଲିଯାଇଥିଲା । ମୃତକ ହେଲେ ମାଧମୁଣ୍ଡା ଗାଁର ଲକ୍ଷ୍ମୀଧର ପ୍ରଧାନ। ଲକ୍ଷ୍ମୀଧର ଜଙ୍ଗଲକୁ କାଠ ଆଣିବାକୁ ଯାଇ ଆଉ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ବି କୌଣସି ସନ୍ଧାନ ମିଳିନଥିଲା ।