ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୨୫/୦୫) : ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଘଟଣା ଘଟିଛି ଭୁବନ ଏନଏସି ଅନ୍ତର୍ଗତ ନୂଆଭୁବନ ମଠଛକ ନିକଟରେ ।
ଗୁରୁତର ହେଲେ ଅନଗୁଳ ସାବଳମୁଣ୍ଡା ଗ୍ରାମର ଜେସିଓ ଖାନ । ଜେସିଓ ତାଳଚେରରେ କାନପୁର ମିକଶ୍ଚର କମ୍ପାନୀରେ ସେଲସମ୍ୟାନ ଭାବେ କାମ କରୁଥିବା ବେଳେ ଭୁବନକୁ ବାଦାମ ପାଇଁ ଆସିଥିଲେ । ତେବେ ବାଦାମ ମିଲ ପାର୍ଶ୍ବରୁ ଜେସିଓଙ୍କୁ ଭାଲୁ ଆକ୍ରମଣ କରିଥିବା ବେଳେ ବଳ ପ୍ରୟୋଗ କରି ସେ ଖସି ଯାଇଥିଲେ। ତେବେ ଯୁବକଙ୍କର ହାତରେ ଗଭୀର ଆଘାତ ଲାଗିଥିବାରୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି ।