ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନବରଙ୍ଗପୁର, (୨୮/୦୫) : ଭାଲୁ କାମୁଡ଼ାରେ ମହିଳା ଗୁରୁତର । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ହାତିଗାଁ ପଞ୍ଚାୟତର ପହିଲିପାରା ଗ୍ରାମରେ ।
ପ୍ରାୟ ୧୧ ଟା ସମୟରେ ପହିଲିପାରା ଗ୍ରାମର ନିକଟରେ ଥିବା ଜଂଗଲକୁ ୪ ଜଣ ମହିଳା କେନ୍ଦୁପତ୍ର ତୋଳିବାକୁ ଜଙ୍ଗଲ କୁ ଯାଇଥିଲେ । ହଠାତ ଏକ ଭାଲୁ ଆସି ଆକ୍ରମଣ କରିଥିଲା ସୁକୁବାଇ ଗଣ୍ଡ (୫୮) ଙ୍କ ଉପରେ । ଭାଲୁ ଆକ୍ରମଣ କରୁଥିବା ଦେଖି ଅନ୍ୟ ୩ ଜଣ ଦୌଡ଼ି ପଳାଇଥିବା ବେଳେ କୌଶଳ କ୍ରମେ ଭାଲୁ ଆକ୍ରମଣ ରୁ ଖସି ଆସିଥିଲେ ସୁକୁବାଇ । କିନ୍ତୁ ଭାଲୁ କାମୁଡ଼ା ରେ ଗୁରୁତର ହୋଇ ବର୍ତମାନ ସେ ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିଛିତ ହେଉଛନ୍ତି । ସ୍ଥାନୀୟ ବାସିନ୍ଦା ଙ୍କ କହିବା ଅନୁସାରେ ବନ ବିଭାଗର ଅସାବଧାନତା ଯୋଗୁଁ ଏପରି ଅଘଟଣ ବରମ୍ବାର ଘଟୁଛି ବୋଲି ଅଭିଯୋଗ ହେଉଛି ।