32.9 C
Balāngīr
Wednesday, April 30, 2025

ଭାଷାର ଲାଗି ନେତା ଚେତା ସଭେ ଏକଜୁଟ ହେଉନ୍

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୨/୦୨) : ଓଡିଆ ଅସ୍ମୀତାର ସୁରକ୍ଷା ସମୃଦ୍ଧିର ଲାଗି ପ୍ରଚେଷ୍ଟା ଜାରି ରହୁ ମାତ୍ର ସେଥିପାଇଁ ପଶ୍ଚିମ ଓଡିଶାର ଅସ୍ମୀତାକୁ ବଳି ଚଢେଇ ଦିଆ ନ ଯାଉ କାରଣ ଭାଷା ସଂସ୍କୃତି ଓ ଅସ୍ମୀତା ଦୃଷ୍ଟିରୁ ପଶ୍ଚିମ ଓଡିଶା ସାରା ବିଶ୍ବରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ।

ପଶ୍ଚିମ ଓଡିଶାର ଅସ୍ମୀତାକୁ ବର୍ତ୍ତମାନ ନେତା ଚେତା ସମସ୍ତେ ଭୁଲି ଯାଇଥିବା ପରି ମନେ ହେଉଛି । ପଶ୍ଚିମ ଓଡିଶାର ଅସ୍ମୀତା ଅର୍ଥାତ କୋଶଲି / ସମ୍ବଲପୁରୀ ଭାଷା ସଂସ୍କୃତିର ସୁରକ୍ଷା ସମୃଦ୍ଧି ତଥା ତାର ସାମ୍ବିଧାନିକ ଏବଂ ଶାସନଗତ ମାନ୍ୟତା ସକାଶେ ପଶ୍ଚିମ ଓଡିଶାର ନେତା ଓ ଚେତା ଅର୍ଥାତ ବୁଦ୍ଧିଜୀବୀ ଏକଜୁଟ ହେବା ଅତ୍ୟନ୍ତ ଜରୁରୀ ବୋଲି ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ଅନୁଷ୍ଠିତ ଏକ ସାଧାରଣ ସଭାରେ ବକ୍ତାମାନେ ସ୍ପଷ୍ଟ ମତବ୍ୟକ୍ତ କରିଥିଲେ  ।

ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ସୁବର୍ଣ୍ଣପୁରରେ ଅନୁଷ୍ଠିତ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ଦ୍ବାରା ଆୟୋଜିତ ଏହି ସଭାରେ ଏକାଡେମୀର ସାଧାରଣ ସଂପାଦକ ଗୋରେଖନାଥ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ପ୍ରାଧ୍ୟାପକ ଡ. ଦେବାଶୀଷ ପାଣ୍ଡିଆ ମୁଖ୍ୟବକ୍ତା, ଶିକ୍ଷାବିଦ୍ ବ୍ରଜ ମୋହନ ଦାନୀ ମୁଖ୍ୟ ଅତିଥି, କବି ଆର୍ତ୍ତତ୍ରାଣ ବାବୁ, ସଚେତନ ନାଗରିକ ସଂଘ ସଭାପତି ସୀତାଂଶୁ ଶେଖର ମିଶ୍ର, ପ୍ରାଧ୍ୟାପିକା ମୀନା ମହାରଣା ଓ ଅବସରପ୍ରାପ୍ତ ଡି.ଏଫ.ଓ ସୁଶୀଲ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ବରିଷ୍ଠ ନାଗରିକ ସଂଘ ସଂପାଦକ ଜ୍ୟୋତି ରଂଜନ ପଟ୍ଟନାୟକ, ସମାଜସେବୀ ମଂଜୁଳା ମିଶ୍ର, ଭଗବତୀ ରାୟଗୁରୁ , ବ୍ରଜ କିଶୋର ପାତ୍ର, ଗୀତା ବହିଦାର, ସୁନନ୍ଦା ସାହୁ, ଉର୍ମିଳା ସାହୁ , ଯୁବନେତ୍ରୀ ଶ୍ରଦ୍ଧାଂଜଳୀ ମିଶ୍ର ପ୍ରମୁଖ ସମ୍ମାନିତ ବକ୍ତାଭାବେ ନିଜସ୍ବ ବକ୍ତବ୍ୟ ରଖିଥିଲେ I ଶେଷରେ ଶିକ୍ଷାବିଦ ଇନ୍ଦୁମତୀ ପୁରୋହିତ ଧନ୍ୟବାଦ ଦେଇଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...