32.9 C
Balāngīr
Thursday, June 12, 2025

ଭାଷା ସୁରକ୍ଷା ଓ ବୟନ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

Must read

ସୁବର୍ଣ୍ଣପୁର, (୦୭/୦୬) : ଆ.ପ୍ର : କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ଏବଂ ସୁବର୍ଣ୍ଣପୁର ବୁଣାକାର ଉନ୍ନୟନ ସଂଘ ତରଫରୁ ଆଜି ସ୍ଥାନୀୟ ସର୍କିଟ ହାଉସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦୁଇଟି ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ସ୍ମାରକ ପତ୍ର କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀର ସାଧାରଣ ସଂପାଦକ ତଥା ସୁବର୍ଣ୍ଣପୁର ବୁଣାକାର ଉନ୍ନୟନ ସଂଘର ପୂର୍ବତନ ସଭାପତି ଗୋରେଖନାଥ ସାହୁ ପ୍ରଦାନ କରିଥିଲେ । ଉକ୍ତ ସ୍ମାରକ ପତ୍ରରେ କୋଶଲି/ସମ୍ବଲପୁରୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦେବା ସଙ୍ଗେ ସଙ୍ଗେ ପ୍ରାଥମିକ ସ୍ତରରେ ପଶ୍ଚିମ ଓଡିଶାର ଶିଶୁମାନଙ୍କୁ ସେମାନଙ୍କ ମାତୃଭାଷା କୋଶଲି/ସମ୍ବଲପୁରୀ ଭାଷାରେ ଶିକ୍ଷାଦାନ ପାଇଁ ପଶ୍ଚିମ ଓଡିଶାବାସୀଙ୍କ ତରଫରୁ ଦାବୀ କରାଯାଇଛି । ଉକ୍ତ ସ୍ମାରକ ପତ୍ରରେ ସୂଚନା ଦିଆଯାଇଛି ଯେ ପଶ୍ଚିମ ଓଡିଶାର ଶିଶୁମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷା ଦିଆ ନ ଯିବା ଦ୍ବାରା ସେମାନଙ୍କ ବୌଦ୍ଧିକ ବିକାଶ ବ୍ୟାହତ ହେଉଛି ଏବଂ ଏହି ଅଞ୍ଚଳରେ ଅପାଠୁଆ ଓ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

୨୦୨୦ ଶିକ୍ଷାନୀତି ମତେ ପ୍ରାଥମିକ ସ୍ତରରେ ଶିଶୁମାନଙ୍କୁ ମାତୃଭାଷାରେ ଶିକ୍ଷାଦାନ ବାଧ୍ୟତାମୂଳକ ବୋଲି ସରକାରଙ୍କୁ ସ୍ମରଣ କରାଇ ଦିଆଯାଇଛି । ଅପରପକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୁବର୍ଣ୍ଣପୁର ଠାରେ ତାଙ୍କ ନିର୍ବାଚନୀ ସଭାରେ ବିଜେପିର ଡବଲ ଇଂଜିନ ସରକାର କ୍ଷମତାକୁ ଆସିଲେ ସୁବର୍ଣ୍ଣପୁର ଠାରେ ଏକ ବୟନ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ଯେଉଁ ପ୍ରତିଶ୍ରୃତି ଦେଇଥିଲେ ତାହା ଶୀଘ୍ର କାର୍ଯ୍ୟକାରୀ କରିବାକୁ ବୁଣାକାର ଉନ୍ନୟନ ସଂଘ ତରଫରୁ ନିବେଦନ କରାଯାଇଛି । ଏହି ଅବସରରେ ସୁବର୍ଣ୍ଣପୁର ସଂପର୍କୀତ ସ୍ବ ରଚିତ କେତୋଟି ପୁସ୍ତକ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଇଥିଲେ ଯାହା ଦେଖି ମୁଖ୍ୟମନ୍ତ୍ରୀ ମହୋଦୟ ଆନନ୍ଦ ପ୍ରକାଶ କରିଥିଲେ ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...