32.9 C
Balāngīr
Saturday, July 12, 2025

ଭିଜିଲାନ୍ସ ଜାଲରେ କୁଜଙ୍ଗ ବିଇଓ କାର୍ଯ୍ୟାଳୟ କିରାଣୀ, ଲାଞ୍ଚ ନେବା ବେଳେ ଧରାପଡିଲେ

Must read

ଜଗତସିଂହପୁର, (୨୬/୦୬) : ଆପ୍ର. : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କିରାଣୀ ସୂର୍ଯ୍ୟକାନ୍ତ ସ୍ବାଇଁ ।

ଜଣେ ଶିକ୍ଷକଙ୍କୁ ଗୃହ ଋଣ କରାଇଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଟଙ୍କା ସହିତ କିରାଣୀଙ୍କୁ ରେଡ଼ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ କଟକ ଡିଭିଜନର ସ୍ୱତନ୍ତ୍ର ଟିମ୍ । ସୂଚନାଯୋଗ୍ୟ ଯେ, ୯ ଲକ୍ଷ ଟଙ୍କାର ପ୍ରଥମ କିସ୍ତି ଗୃହ ଋଣ କରାଇବା ପାଇଁ ୫ ହଜାର ଟଙ୍କାର ଲାଞ୍ଚ ମାଗିଥିଲେ ସୂର୍ଯ୍ୟକାନ୍ତ । ଏହାକୁ ନେଇ ଶିକ୍ଷକ ଜଣଙ୍କ ଭିଜିଲାନ୍ସକୁ ଜଣାଇଥିଲେ । ଗୁରୁବାର କଟକ ଏବଂ ଜଗତସିଂହପୁର ଭିଜିଲାନ୍ସ ଟିମ୍ ପୂର୍ବ ପ୍ରସ୍ତୁତି ମୁତାବକ ଶିକ୍ଷକ ଜଣଙ୍କ କିରାଣୀଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ସମୟରେ ସୂର୍ଯ୍ୟକାନ୍ତଙ୍କୁ ଧରିଥିଲେ । ସୂର୍ଯ୍ୟକାନ୍ତଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରି କଟକ ଭିଜିଲାନ୍ସ ଅଫିସ୍‌କୁ ନିଆଯାଇଥିବା ବେଳେ ସୂର୍ଯ୍ୟକାନ୍ତଙ୍କର ପୈତୃକ ଘର ସଦର ଥାନା ଅଳସୁଧା ଗ୍ରାମରେ ଭିଜିଲାନ୍ସର ଏକ ଟିମ୍ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ସେ ଓ ତାଙ୍କ ସ୍ତ୍ରୀଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ଥିବା ୮ଟି ପାସ୍‌ବୁକ୍ ଓ ୧୦ଟିରୁ ଉର୍ଦ୍ଧ୍ବ ଏଟିଏମ୍ କାର୍ଡ ଜବତ କରି ଅଧିକ ତଦନ୍ତ ଚଳାଇଛି ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...