32.9 C
Balāngīr
Wednesday, April 30, 2025

ଭିଜିଲାନ୍ସ ରେଡ୍ ବେଳେ ଏସଟିଏ ଡେପୁଟି କମିଶନଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା: ସୁନା ଅଳଙ୍କାର ଦେଖି ତାଜୁବ ଭିଜିଲାନ୍ସ ଅଧିକାରୀ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୭/୦୩) : ଏସଟିଏ ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ଘରେ ପୁଳା ପୁଳା ଟଙ୍କା। ଭୁବନେଶ୍ବର ମୈତ୍ରୀ ବିହାର ଘରୁ ମିଳିଲାଣି ନଗଦ ୧୦ ଲକ୍ଷରୁ ଅଧିକ ଟଙ୍କା ।

ଚଢ଼ାଉ ବେଳେ ବାବୁଙ୍କ ଘରେ ସୁନା, ରୂପା ଅଳଙ୍କାର ଦେଖି ତାଜୁବ ଭିଜିଲାନ୍ସ ଅଧିକାରୀ । ଏତେ ପରିମାଣର ସୁନା ଅଳଙ୍କାର ଦେଖିଲେ ଆଖି ଲାଖିଯିବ । ଆଜି କଟକ ଏସଟିଏ ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ବିଭିନ୍ନ ଠିକଣାରେ ଚାଲିଛି ଭିଜିଲାନ୍ସ ବିଭାଗର ଚଢାଉ । ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚାଲିଛି ରେଡ୍ । ଭୁବନେଶ୍ବର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କଟକର ବିଭିନ୍ନ ସ୍ଥାନରେ ସକାଳୁ ଚଢ଼ାଉ ଚାଲିଛି ।

ଭୁବନେଶ୍ବର ମୈତ୍ରୀ ବିହାର ସ୍ଥିତ ଘର, ରଘୁନାଥପୁରରେ ଥିବା ଫ୍ଲାଟ୍, ଗୋବିନ୍ଦପ୍ରସାଦରେ ଥିବା ୫ ମହଲା ନିର୍ମାଣଧିନ କୋଠାରେ ରେଡ୍ କରୁଛି ଭିଜିଲାନ୍ସ। ସେପଟେ ନୟାଗଡ଼ ରଣପୁରରେ ଥିବା ଫାର୍ମହାଉସ, ଖୋର୍ଦ୍ଧା ଟାଙ୍ଗୀରେ ପୈତୃକ ଘର, ପୁରୀ ଭକ୍ତରତ୍ନ ଲେନ୍‌ରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ ବିଭାଗ। ସେହିପରି ଭୁବନେଶ୍ବର ମଳିପଡ଼ାରେ ସମ୍ପର୍କୀୟଙ୍କ ନାଁରେ ଥିବା ପେଟ୍ରୋଲ ପମ୍ପ, ପୁରୀ ବାଲିଖଣ୍ଡରେ ପ୍ରଦୀପଙ୍କ ସମ୍ପର୍କୀୟଙ୍କ ନାଁରେ ନିର୍ମାଣଧିନ କୋଠା ଓ କଟକ ସ୍ଥିତ କାର୍ୟ୍ୟାଳୟରେ ଭିଜିଲାନ୍ସ ଅଧିକାରୀ ଖୋଳତାଡ଼ କରୁଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...