32.9 C
Balāngīr
Monday, April 28, 2025

ଭିଡ଼ ନିୟନ୍ତ୍ରଣ ପାଇଁ ଅଣ୍ଡର ପାସ୍ ରେ ଲାଗିଲା ଲୁହା ସ୍ତମ୍ଭ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୨/୧୨) : ରାୟଗଡା ଦୈନିକ ବଜାରକୁ ଏବଂ ନିୟୁ ଟାଉନ୍ କୁ ସଂଯୋଗ କରୁଥିବା ଅଣ୍ଡର ପାସ୍ ରେ ହେଉଥିବା ଟ୍ରାଫିକ ଜାମକୁ ଏଡାଇବା ପାଇଁ ରାୟଗଡ଼ ଟାଉନ୍ ଥାନା ପୁଲିସ ଏବଂ ପୌର ପରିଷଦ ଦ୍ଵାରା ଗ୍ରହଣ କରାଯାଇଛି ଉଚିତ ପଦକ୍ଷେପ ।WhatsApp Image 2024 12 21 at 18.38.54 ଭିଡ଼ ନିୟନ୍ତ୍ରଣ ପାଇଁ ଅଣ୍ଡର ପାସ୍ ରେ ଲାଗିଲା ଲୁହା ସ୍ତମ୍ଭ

ଆଜି ଲୁହା ସ୍ତମ୍ଭ ପୋତିଛନ୍ତି ଯାହାଦ୍ବାରା କି ଏକା ଥର କେ ଆସି ଯାଉଥିବା ମାଳ ମାଳ ଅଟୋ ରିକ୍ସା, ଟ୍ରାକ୍ଟର, ଏବଂ ନାନା ପ୍ରକାର ଚାରି ଚକିଆ ଯାନବାହନ ଯୋଗୁଁ ଯାତାୟତରେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖିନ ହେଉଥିଲେ ଜନ ସାଧାରଣ। ଏପରିକି ସ୍କୁଲ କଲେଜ ଓ ଟିୟୁସନ୍ କୁ ଯିବା ଆସିବା ଛାତ୍ର ଛାତ୍ରୀ ବିଳମ୍ବରେ ପହଞ୍ଚୁଥିଲେ। ଆଜି ଏହିଭଳି ଲୁହା ସ୍ତମ୍ଭ ପୋତା ଯିବା ଦ୍ଵାରା ତିନି ଚକିଆ ଓ ଚାରି ଚକିଆ ଯାନବାହନ ଚଳାଚଳ ବନ୍ଦ ରହିବ। ଯାହା ଦ୍ଵାରା ଯାତାୟାତ ର ହେଉଥିବା ଅସୁବିଧାରୁ ଆଶ୍ୱସ୍ତି ମିଳିବ ବୋଲି କହିଛନ୍ତି ଜନ ସାଧାରଣ । ବର୍ତ୍ତମାନ୍ ଅଣ୍ଡର ପାସ୍ ର ଉଭୟ ପାର୍ଶ୍ଵରେ ବସୁଥିବା କିଛି ଉଠା ଦୋକାନୀ ଙ୍କୁ ସେଠାରୁ ହଟାଇ ଦିଆଗଲେ ହେଉଥିବା ଦୁର୍ଘଟଣା ଏବଂ ଭିଡକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...