ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୩୦/୦୧) : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକର କଲ୍ୟାଣୀ ମଣ୍ଡପ ଠାରେ ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଅନୁଷ୍ଟିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମରେ ବ୍ଲକ୍ ର କର୍ମଚାରୀ, ତାହସଲି କର୍ମଚାରି ରାଜସ୍ବ ବିଭାଗ, ଡାକ୍ତର, ୱାଡ଼ର୍ ମେମ୍ବର ମାନେ ଉପସ୍ଥିତ ରହିଥିଲେ । ଭିନ୍ନ କ୍ଷମ ଜିଲ୍ଲା ସଭାପତି ଜଳନ୍ଦ୍ର ବାଚେଲି, ବ୍ଲକ ସଭାପତି ରାକେଶ ହିଭୀରିକା, ଉପ ସଭାପତି ରାମ ଚନ୍ଦ୍ର ପାତ୍ର ଓ ଓଏଲମ୍ ମହିଳା ମାନେ, ଅଙ୍ଗନୱାଡ଼ି ୱର୍ଜ୍ ର ମନେ ସହୋଯଗ କରିଥିଲେ । ବିଷମ କଟକ ବ୍ଲକ ର ୨୧ ପଞ୍ଚାୟତ ଭିନ୍ନ କ୍ଷମ ଆବାଳ ବୃଦ୍ଧ ବନିତା ମା, ଶିଶୁ ଉପସ୍ଥିତ ରହିଥିଲେ । ପ୍ରତ୍ୟେକ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ରହିଥିଲେ ।