ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ବର, (୦୬/୦୨) : ଆସନ୍ତା ୯ ତାରିଖ ରବିବାର ଦିନ ବରଗଡ଼ ସଦର ବ୍ଲକ ଅନ୍ତର୍ଗତ କଟାପାଲି ହାଇସ୍କୁଲରେ ଭୁବନେଶ୍ବର କିମସ ପକ୍ଷରୁ ହେବ ମେଗା ସ୍ବାସ୍ଥ୍ୟ ଶିବିର ।
କିମସ, କିସ୍, କିଟ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ତତ୍ତ୍ବାବଧାନରେ ଆୟୋଜନ ହେବ ମେଗା ସ୍ବାସ୍ଥ୍ୟ ଶିବିର । ପ୍ରାୟ ୧୯ଟି ବିଭାଗର ବରିଷ୍ଠ ଡାକ୍ତରୀ ଟିମ୍ ଯୋଗ ଦେବେ । ୧୦୦ରୁ ଅଧିକ ପାରା ମେଡିକାଲ କର୍ମଚାରୀ ସାମିଲ ହେବେ । କ୍ୟାନସର, ନେଫ୍ରୋଲୋଜି, ହେମାଟୋଲୋଜି ଆଦି ୧୯ ଟି ବିଭାଗର ବରିଷ୍ଠ ଡ଼ାକ୍ତର ଉପସ୍ଥିତ ରହିବେ । ଏନେଇ ବରଗଡ଼ ସହର ସ୍ଥିତ ଅଗ୍ରଗାମୀ ଯୁବକ ସଂଘରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କିମସ ପକ୍ଷରୁ ସୂଚନା ଦିଆଯାଇଛି ।