32.9 C
Balāngīr
Saturday, April 26, 2025

ଭୁବନେଶ୍ୱର ଏପିକୋଲ (APICOL) ରୁ କୃଷି ଉଦ୍ୟୋଗୀ ମାନଙ୍କ ଡ୍ରାଗନ୍ ଫଳ ଚାଷ ପରିଦର୍ଶନ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ :ଭଗବାନ ମହାନ୍ତି
ମୁରିବାହାଲ ତା ୧୭/୧୨/୨୦୨୪): ମୁରିବାହାଲ ବ୍ଲକ ହଳଦୀ ସଦର ପଞ୍ଚାୟତରେ ୩୫ ଜଣ କୃଷି ଉଦ୍ୟୋଗୀ ଡ୍ରାଗନ୍ ଫିଲ୍ଡ କୁ ମଙ୍ଗଳବାର ପରିଦର୍ଶନ କରିଥିଲେ ।90f2681c 80c0 4e6f a19a fff12e29bcf1 ଭୁବନେଶ୍ୱର ଏପିକୋଲ (APICOL) ରୁ କୃଷି ଉଦ୍ୟୋଗୀ ମାନଙ୍କ ଡ୍ରାଗନ୍ ଫଳ ଚାଷ ପରିଦର୍ଶନ

ଏପିସି ପ୍ରକଳ୍ପ ଅନ୍ତର୍ଗତ ଉଦ୍ୟାନ କୃଷି ବିଭାଗ ଓ ସ୍ଥାନୀୟ ଜନମୁକ୍ତି ଅନୁଷ୍ଠାନ ସହଯୋଗରେ ଯୁବଚାଷୀ ଚନ୍ଦ୍ରଧ୍ଵଜ ପୋଢ଼ (ଏଗ୍ରିକଲ୍ଚର ଏଣ୍ଟର୍ପ୍ରେନର୍),ମୁରିବାହାଲ ବ୍ଲକ୍ ଅନ୍ତର୍ଗତ ହଳଦୀ ତେନ୍ତୁଲିଖୁଣ୍ଟି ଗ୍ରାମରେ ଲାଭକାରୀ ଡ୍ରାଗନ୍ ଚାଷକରି ଏକ ଉଦାହରଣ ସୃଷ୍ଟି କରିଥିବା ଡ୍ରାଗନ ଚାଷ ଓ ନର୍ସରୀ ପରିଦର୍ଶନ କରିଥିଲେ। ସେମାନେ ନିଜ ଅଞ୍ଚଳ କୁ ଯାଇ ଏହି ଯୁବ ଚାଷି ଙ୍କ ପରି ଲାଭବାନ ହେବା ପାଇଁ ଶିକ୍ଷଣୀୟ ପରିଦର୍ଶନର କରିଥିଲେ।
ଏହା ସହ ଷ୍ଟବେରି ବଗିଚା, ପିଜୁଳି ବଗିଚା ପରିଦର୍ଶନ କରିଥିଲେ। ଚାଷ ପ୍ରଣାଳୀରେ ଉଦ୍ୟାନ ବିଭାଗ ,ଜନମୁକ୍ତି ଅନୁଷ୍ଠାନର ବିଶେଷଜ୍ଞ ମାନଙ୍କ ସହଯୋଗ ସିଧା ସଳଖ ମିଳିପାରୁଥିବା ତଥା ଏହାଦ୍ବାରା ଚାଷୀଙ୍କୁ ପ୍ରୋତ୍ସାହନ ମିଳି ପାରୁଥିବାରୁ ସେ ଉଦ୍ୟାନ ବିଭାଗ,ଜନମୁକ୍ତି ଅନୁଷ୍ଠାନ,ଏପିକୋଲ (APICOL) ରୁ ମିଳିଥିବା କ୍ଷେତି ମୋଡେଲ ନର୍ସରୀ ରେ କିପରୀ ଚାଷ କରିଛନ୍ତି ତାହା ଜାଣିବାକୁ ପାଇଥିଲି। ଏହି ମୋଡେଲ ଦେଖି କୃଷି ଉଦ୍ୟୋଗୀ ମାନେ ବେଶି ଖୁସି ହୋଇଥିଲେ ।

ପରିଦର୍ଶନ ସମୟରେ ଏହି ଫିଲ୍ଡ ରେ ଚନ୍ଦ୍ରଧ୍ଵଜଙ୍କ ପରିବାର ରୁ ତାଙ୍କ ଅଜା ମଙ୍ଗଳ ସାଏ ପୋଡ଼, ତାଙ୍କ ବାପା ସୁରେଶ ପୋଡ଼ ଓ କୃଷି ଉଦ୍ୟୋଗୀ ଚନ୍ଦ୍ର ଧ୍ଵଜ ପୋଡ଼ ଉପସ୍ଥିତ ଥିଲା ବେଳେ ଜନମୁକ୍ତି ଅନୁଷ୍ଠାନର କ୍ଷେତ୍ର ସଂଯୋଜକ ଲଳିତ ରଣା, ଧର୍ମା ସାହୁ, ମତିନ୍ଦ୍ର ବାଗ ଓ ପ୍ରକାଶ କୁମାର ବନ୍ଦିଛୋର ଉପସ୍ଥିତ ଥିଲେ।ଅପିକଲ ଭୁବନେଶ୍ୱର ରୁ ବିଆରପି (BRP) ଯୋଗେନ୍ଦ୍ର ହଂସ ଏସଆରପି(SRP) ଉମେଶ ଚନ୍ଦ୍ର କର୍ଣ୍ଣ ଓ ଗୋପାଳ କୃଷ୍ଣ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...