32.9 C
Balāngīr
Saturday, April 26, 2025

ଭୁବନେଶ୍ୱର ବିବାହ ମଣ୍ଡପରୁ ଚୋରି ମାମଲା: ଚୋରକୁ ଧରିଲା ପୁରୀ ପୋଲିସ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୪/୦୨) : ରାଜଧାନୀ ଭୁବନେଶ୍ୱର ଏକ ଷ୍ଟାର ହୋଟେଲ ବିବାହ ମଣ୍ଡପରୁ ଲୁଟ୍ ଘଟଣାରେ ଲୁଟେରାକୁ ଧରିଛି ପୁରୀ ପୋଲିସ । ବଳିଆପଣ୍ଡା ଥାନା ପୋଲିସ ଅଭିଯୁକ୍ତକୁ ଧରିଛି ।

ଅଭିଯୁକ୍ତ ଜଣକ ହେଲା ରିତେଶ ସିସୋଦିଆ । ତା ଘର ମଧ୍ୟପ୍ରଦେଶ ରାଜଗଡ଼ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଭୁବନେଶ୍ୱରରେ ବିବାହ ମଣ୍ଡପରୁ ଚୋରି କରିବା ପରେ ପୁରୀକୁ ଚାଲି ଯାଇଥିଲା ଲୁଟେରା । ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ବିବାହ ଚାଲିଥିବାବେଳେ ସେଠାରେ ମଧ୍ୟ ଚୋରି କରିବାକୁ ଉଦ୍ୟମ କରିଥିଲା ରିତେଶ । ମାତ୍ର ସେଠାରେ ତାର ସମସ୍ତ ଯୋଜନା ପଣ୍ଡ ହୋଇଯାଇଥିଲା । ସେଠାର ଉପସ୍ଥିତ ଥିବା ସିକ୍ୟୁରିଟି ଗାର୍ଡ ତାକୁ ଧରିନେଇ ପୋଲିସ ଜିମା ଦେଇଥିଲେ । ବଳିଆପଣ୍ଡା ଥାନ ପୋଲିସ ଅଭିଯୁକ୍ତ ରିତେଶକୁ ଗିରଫ କରିବା ପରେ ଭୁବନେଶ୍ୱର ଲୁଟ୍ ଘଟଣାରେ ସେ ସମ୍ପୃକ୍ତ ଥିବା ଜଣାପଡ଼ିଛି ।

ଗତ ଶନିବାର ଭୁବନେଶ୍ୱରର ମୈତ୍ରୀ ବିହାର ଥାନା ଅଞ୍ଚଳରେ ଥିବା ଏକ ଷ୍ଟାର୍ ହୋଟେଲର ବିବାହ ଅନୁଷ୍ଠିତ ହୋଇଥିଲା । ଡାକ୍ତର ଦମ୍ପତିଙ୍କ ବିବାହରେ ବରଯାତ୍ରୀଙ୍କ ସହିତ ଆସିଥିଲା ଲୁଟେରା । ଖୁଲମଖୁଲା ବୁଲିବା ସହିତ ବର-କନ୍ୟାଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲା । ଏହା ପରେ ମଉକା ଦେଖି ମଣ୍ଡପ ନିକଟରେ ଥିବା ସୁନା ଗହଣା ଓ ନଗଦ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଖସି ଆସିଥିଲା । ବାହାରେ ଅପେକ୍ଷା କରିଥିବା ସହଯୋଗୀ ସହିତ ଗାଡ଼ି ବସି ଫେରାର ହୋଇଯାଇଥିଲା । ପ୍ରାୟ ୧୦-୧୨ ଲକ୍ଷ ଭିତରେ ସୁନା ଗହଣା ସହିତ ପ୍ରାୟ ନଗଦ ୨ ଲକ୍ଷ ଟଙ୍କା ନେଇଯାଇଥିଲା । ଏ ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । କନ୍ୟା କର୍ତ୍ତୃପକ୍ଷ ତୁରନ୍ତ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...