32.9 C
Balāngīr
Tuesday, May 13, 2025

ଭୁଲ ଇଞ୍ଜେକ୍ସନ ଦେବାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ମୃତଦେହ ରଖି ଗ୍ରାମବାସୀଙ୍କ ରାସ୍ତାରୋକ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଆଳି, (୦୩/୦୫) : ଆପ୍ର. : ଭୁଲ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ । ମେଡ଼ିସିନ ଷ୍ଟୋର ବିରୋଧରେ ଅଭିଯୋଗ ଆଣିଲା ପରିବାର । ମୃତଦେହ ରଖି ଗ୍ରାମବାସୀଙ୍କ ରାସ୍ତା ରୋକ୍ ।

ତୁରନ୍ତ ମେଡ଼ିସିନ ଷ୍ଟୋର ମାଲିକଙ୍କୁ ଗିରଫ୍ ଦାବି । ହଁ ଆଜ୍ଞା, ଭୁଲ ଇଞ୍ଜେକ୍ସନ ଯୋଗୁଁ ଚାଲିଗଲା ପୁଅର ଜୀବନ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭରତପୁର ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମେଡ଼ିସିନ ଷ୍ଟୋରରେ ଭୁଲ ଇଞ୍ଜେକ୍ସନ ଦେବାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଏନେଇ ମେଡ଼ିସିନ ଷ୍ଟୋର ମାଲିକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ ।

ଏପଟେ ପୁଅକୁ ହରାଇ ପାଗଳ ପ୍ରାୟ ହେଉଛି ମା’ । ଛାତି ଫଟାଇ କାନ୍ଦୁଛି ଏଇ ମା’ ଜଣକ । ମାଆ ଆଖିରୁ ଲୁହ ଶୁଖୁନି । କାନ୍ଦି କାନ୍ଦି ଚେତା ବୁଡ଼ିଯାଉଛି । ଶୁଣି ହେଉନି ତାଙ୍କ କୋହ ଭରା କଣ୍ଠର ଏଇ ଦୁଃଖ କଥା । କେମିତି ବା କୋଉ ମା’ର ଧୈର୍ଯ୍ୟ ରହିବ । କେତେ କଷ୍ଟ କରି ପୁଅକୁ ବଡ କରିଥିଲେ, ଆଜି କିନ୍ତୁ ସେହି ପୁଅ ଅକାଳରେ ଦୁନିଆ ଛାଡି ଚାଲିଯାଇଛି । ଏପଟେ ପରିବାର ଲୋକ କାନ୍ଦି କାନ୍ଦି ନୟାନ୍ତ । କେମିତି ବା ନ କାନ୍ଦିବେ ଘରର କୁଳ ନନ୍ଦନ ସବୁ ଦିନ ପାଇଁ ଚାଲିଯାଇଛି ଆରପାରିକୁ । ବଡ଼ବାପାଙ୍କ ପୁଅ ବାହାଘର ପାଇଁ ରାଏପୁରରୁ ଆସିଥିଲା ପୁଅ ।

ହେଲେ ସମସ୍ତଙ୍କୁ ପର କରି ଚାଲିଗଲା ଆରପାରିକୁ ସେ ବି ପୁଣି ଅନ୍ୟ କାହାର ଭୁଲ ପାଇଁ । ତେବେ ଗତକାଲି କଳାକାର ସାହୁଙ୍କ ପୁଅ ପ୍ରଶାନ୍ତ ସାହୁ ସିଙ୍ଗିରି ବଜ଼ାରରେ ଥିବା ଏକ ଘରୋଇ ମେଡ଼ିସିନ ଷ୍ଟୋରକୁ ଗତକାଲି ଚିକିତ୍ସିତ ହେବା ପାଇଁ ଆସିଥିଲେ । ହେଲେ ଅନ୍ନପୂର୍ଣା ମେଡ଼ିସିନ ଷ୍ଟୋରର ମାଲିକ ସଞ୍ଜୟ ପାତ୍ର ପ୍ରଶାନ୍ତଙ୍କୁ ଦେଖିବା ପରେ ଦୁଇଟି ଇଞ୍ଜେକ୍ସନ ଦେଇଥିଲେ । ଯାହାପରେ ପ୍ରଶାନ୍ତଙ୍କର ସାଙ୍ଗେ ସାଙ୍ଗେ ବାନ୍ତି ହେବା ସହ ସେ ଗୁରୁତର ହୋଇପଡିଥିଲେ । ସେଠାରୁ ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ମେଡ଼ିକାଲ ଓ ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।

ହେଲେ ଡାକ୍ତର ପ୍ରଶାନ୍ତଙ୍କୁ ମୃତ୍ୟୁ ଘୋଷାଣା କରିଥିଲେ । ଭୁଲ ଚିକିତ୍ସାରୁ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗକରି ପରିବାର ଲୋକେ ମେଡ଼ିସିନ ଷ୍ଟୋରର ମାଲିକଙ୍କ ବିରୋଧରେ ଆଳି ଥାନାରେ ଏତଲା ଦେଇଛନ୍ତି । ଏତଲା ପରେ ଆଳି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ମେଡ଼ିସିନ ଷ୍ଟୋର ମାଲିକ ତାଙ୍କ ଷ୍ଟୋର ଓ ସେ ରହୁଥିବା ଘରେ ତାଲା ପକାଇ କେଉଁ ଆଡେ ଚାଲିଯାଇଛନ୍ତି । ଏନେଇ ମେଡ଼ିସିନ ଷ୍ଟୋରର ମାଲିକ ସଞ୍ଜୟ ପାତ୍ରଙ୍କ ସହ ଫୋନ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ ସୁଇଚଅଫ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଅନ୍ୟପଟେ ମେଡ଼ିସିନ ଷ୍ଟୋର ମାଲିକଙ୍କୁ ଗିରଫ୍ ଦାବି କରି କଟକ ଚନ୍ଦବାଲି ରାସ୍ତା ଭରତପୁର ଗାଁ ନିକଟରେ ପ୍ରଶାନ୍ତଙ୍କ ମୃତଦେହ ରଖି ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ତେବେ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ପ୍ରକୃତ ସତାସତ୍ୟ ସାମ୍ନାକୁ ଆସିବ । କିନ୍ତୁ ଏଥିରେ ମେଡ଼ିସିନ ଷ୍ଟୋରର ମାଲିକଙ୍କର ମଧ୍ୟ ନିଶ୍ଚୟ ଭାବରେ କିଛି ଭୂମିକା ରହିଛି । କାରଣ ଏହି ଘଟଣା ପରେ ଷ୍ଟୋର ମାଲିକ କେଉଁଆଡେ ଫେରାର ହୋଇଯାଇଛନ୍ତି । କିନ୍ତୁ ଏହା ଭିତରେ ଜଣକ ଜୀବନ ଚାଲିଯାଇଛି । ଭେଣ୍ଡିଆ ପୁଅକୁ ହରାଇ ଭାଙ୍ଗିପଡିଛି ଗୋଟିଏ ପରିବାର ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...