କୋରାପୁଟ, (୨୧/୬) : ଆପ୍ର. : ବୋରିଗୁମ୍ମା ଭୈରବ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ।
“ଏକ ପୃଥିବୀ,ଏକ ସ୍ୱାସ୍ଥ୍ୟ,”ପାଇଁ ଯୋଗ ସନ୍ଦେଶ ନେଇ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଓ଼ ଯୁବ ରେଡକ୍ରସ ତରଫରୁ ଏହି କାର୍ଯ୍ୟକ୍ରମ ମିଳିତ ଭାବେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଉଦଘାଟନ ଅବସରରେ ଅତିଥି ରୂପେ ଗଭର୍ଣ୍ଣିଙ୍ଗ ବୋଡିର ସଭାପତି କେ. ନାଗରାଜ ଦୋରା ଏବଂ ବି. ଇ. ଡି. ଟି ର ସଭାପତି ରାମ ଚନ୍ଦ୍ର ପାଢ଼ୀ ତଥା ଯୁଗ୍ମ ସମ୍ପାଦକ ସୁବାଷ ଚନ୍ଦ୍ର ନାୟକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୌମେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଯୋଗ ପ୍ରଶିକ୍ଷକ ଭାବେ ତନ୍ମୟ କୁମାର ପ୍ରଧାନ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।
ଏନ. ଏସ.ଏସ. ର ପୋଗ୍ରାମ ଅଫିସର ଡକ୍ଟର ସଦାଶିବ ତ୍ରିପାଠୀ ଓ ୟୁଥ ରେଡ଼କ୍ରସ ର କାଉନସିଲର ସନ୍ତୋଷିନୀ ପାଢ଼ୀ ଙ୍କ ତତ୍ତ୍ବାବଧାନ ରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଶତାଧିକ ଛାତ୍ର ଛାତ୍ରୀ, ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ଼ ବୋରିଗୁମ୍ମା ର ସ୍ଥାନୀୟ ଅଧିବାସୀ ମାନେ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ । ଜଗଦୀଶ ପାଣିଗ୍ରାହୀ, ଦେବେନ୍ଦ୍ର ନାଥ ପଣ୍ଡା, ଗଣେଶ ପଲେଇ, ପି. ଗୁପ୍ତେଶ୍ୱର ରାଓ, ଲକ୍ଷ୍ମୀରାଣୀ ପଣ୍ଡା, ବନମାଳୀ ଯାନୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ପରିଶେଷରେ ଯୋଗ ପ୍ରଶିକ୍ଷକ ପ୍ରତ୍ୟେକ ଦିନ ଯୋଗାଭ୍ୟାସ କରିବାକୁ ଉପଦେଶ ଦେଇଥିଲେ ।