32.9 C
Balāngīr
Wednesday, April 30, 2025

ଭୋକ ଉପାସରେ ଦୁଇଦିନ ରହିଲେ ରୋଗୀ ଓ ସମ୍ପର୍କୀୟ ତଥା ସାଧାରଣ ଲୋକେ

Must read

ବଲାଙ୍ଗୀର/ଟିଟିଲାଗଡ, (୧୭/୦୩) : ଆ.ପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ତଥା ସାତ କିଲୋମିଟର ଦୂରରେ ଥିବା ମାତୃ ଓ ଶିଶୁ ଡାକ୍ତରଖାନା ରେ ଥିବା ରୋଗୀ ତଥା ସମ୍ପର୍କୀୟ ଙ୍କୁ ଖାଇବା ନ ମିଳିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି ।

ଭୋକ ଉପାସରେ ଦୁଇଦିନ ରହିଲେ ରୋଗୀ ଓ ସମ୍ପର୍କୀୟ ତଥା ସାଧାରଣ ଲୋକେ । ପ୍ରକାଶ ଯେ,ଟିଟିଲାଗଡ ସହର ସ୍ଥିତ ଆହାର କେନ୍ଦ୍ର ରେ ବର୍ଷାଧିକ କାଳ ଧରି ନିମ୍ନ ମାନର ଖାଦ୍ୟ ପ୍ରସ୍ତୁତ ସହ ସଠିକ୍ ଭାବେ ଲୋକ ଙ୍କୁ ପ୍ରଦାନ ନ କରିବା ଖାଦ୍ୟ ସରିଜିବା ଓ ଡାକ୍ତର ଖାନା ରୋଗୀ ଙ୍କୁ ପୁଷ୍ଟିକର ଆହାର ପ୍ରଦାନ ଡାକ୍ତର ଖାନା ରେ ଭର୍ତ୍ତି ହେବା ମାତ୍ରେ ଦେବା ବଦଳ ରେ ଦିନ ଗଡେଇବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ସେହିପରି ଗତ ହୋଲି ସମୟ ରେ ଆହାର କେନ୍ଦ୍ର କୁ ସମ୍ପୂର୍ଣ ବନ୍ଦ ରଖି ଡାକ୍ତରଖାନା ର ରୋଗୀ ଓ ନିର୍ଭର କରୁ ଥିବା ସାଧାରଣ ଲୋକେ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହୋଇ ଆସିଥିବା ଅଭିଯୋଗ ହୋଇଛି ।

ଦୁଇ ଦିନ ଧରି ହୋଲି ପାଇଁ ଏଭଳି ଖାଦ୍ୟ ଯୋଗାଣ ବନ୍ଦ କରିଦେବା ଯୋଗୁଁ ସାତ କିମି ଦୂରରେ ଥିବା ଟିଟିଲାଗଡ ରେଳ ଷ୍ଟେସନ ଭିତରୁ ଅଧିକ ଅର୍ଥ ଖର୍ଚ୍ଚ କରିବା ସହ ଅଟୋ ଭଡ଼ା କରି ତିନି ସହ ଟଙ୍କା ଲେଖାଏଁ ଦେଇ ଖାଦ୍ୟ ସାମଗ୍ରୀ ଆଣିଥିଲେ । ସେହିପରି ଯାନ, ବାହନ ଚଳା, ଚଳ ସହ ଦୋକାନ ବଜାର ବନ୍ଦ ନେଇ ଦୁର୍ଦ୍ଦଶା ର ଶିକାର ହୋଇ ଥିଲେ । ଏହି ଘଟଣା କୁ ଗୁରୁତର ସହ ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...