32.9 C
Balāngīr
Sunday, July 20, 2025

ଭୋଗୀ ପାଳନ ରୁ ଆରମ୍ଭ ହେଲା ମକର ସଂକ୍ରାନ୍ତୀର ଉତ୍ସବ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୩/୦୧) : ହର୍ଷ ଉଲ୍ଲାସର ସହ ଶୁଭେଚ୍ଛା ଓ ଶୁଭ କାମନା ଜଣାଇବା ସହ ଉତ୍ସବ ମୁଖରିତ ହୋଇଯାଇଛି ରାୟଗଡ଼ ଜିଲ୍ଲା ।WhatsApp Image 2025 01 13 at 13.31.42 ଭୋଗୀ ପାଳନ ରୁ ଆରମ୍ଭ ହେଲା ମକର ସଂକ୍ରାନ୍ତୀର ଉତ୍ସବ

ରାୟଗଡା ସହରରେ ଥିବା କାପୁ ସାହିରେ ମହା ଆଡ଼ମ୍ବରରେ ପାଳିତ ଭୋଗୀ। ମକର ସଂକ୍ରାନ୍ତିର ଆରମ୍ଭ ଭୋଗୀରୁ ହୋଇଥାଏ। ଏହାକୁ ତେଲୁଗୁ ଭାଷାରେ ପାଣ୍ଡୁଗୁ ବୋଲି କୁହାଯାଏ । ଏହି ପାଣ୍ଡୁଙ୍ଗୁ ପାଇଁ ସପରିବାର ସମସ୍ତ ସଦସ୍ୟ ଘର ବାହୁଡା ହୋଇଥିବାରୁ ପରିବାରରେ ଖୁସିର ଲହୋରି ଖେଳିଯାଇଛି । ୧୨ ତାରିଖ ରାତିରେ ପ୍ରବଳ ଶୀତରେ ସ୍ଥାନେ ସ୍ଥାନେ ଭୋଗିର ମଘା ପୋଡି କାର୍ଯ୍ୟକ୍ରମ ହୋଇଯାଇଛି । ରାୟଗଡା ସହର କାପୂ ସାହି, ମେନ୍ ରୋଡ ବାସିନ୍ଦା, ଉମାଶଙ୍କର ହୋଲ୍ ନିକଟ, କନ୍ ଭେଣ୍ଟ ସ୍କୁଲ ନିକଟ, ଲଟସ ପାରାଡାଇସ ହୋଟେଲ, ଏବଂ ଏଫ୍ ସିଆଇ ଗୋଦାମ ନିକଟରେ ଭାରୀ ଧୁମ୍ ଧାମରେ ପାଳିତ ହୋଇଥିଲା । ଏହି ଭୋଗୀରେ ନାଚ ଗୀତ ର ମଜା ଉଠାଇବା ସହିତ ବିଲମ୍ୱିତ ରାତିରେ ମୋଘା ପୋଡ଼ି କାର୍ଯ୍ୟକ୍ରମ ହୋଇଯାଇଅଛି । କାଠକୁ ପୋଡି ମକର ସଂକ୍ରାନ୍ତିର ଆମନ୍ତ୍ରଣ କରିଛନ୍ତି ତେଲୁଗୁ ସମ୍ପ୍ରଦାୟ। ଭୋଗୀ ତିନି ଦିନିଆ ସଂକ୍ରାନ୍ତି ପର୍ବର ପ୍ରଥମ ଦିନ ।WhatsApp Image 2025 01 13 at 13.31.39 2 ଭୋଗୀ ପାଳନ ରୁ ଆରମ୍ଭ ହେଲା ମକର ସଂକ୍ରାନ୍ତୀର ଉତ୍ସବ

ଏହା ହିନ୍ଦୁ ସୌର କ୍ୟାଲେଣ୍ଡରର ଶେଷ ଦିନରେ ପଡ଼ିଥାଏ। ଯାହାକୁ ଉତ୍ତରାୟଣ ବୋଲି ମଧ୍ୟ କୁହାଯାଏ। ଯାହା ପ୍ରତିବର୍ଷ ୧୩ ଜାନୁଆରୀରେ ପଡିଥାଏ। ଭୋଗୀରେ ଲୋକମାନେ ପୁରୁଣା ଏବଂ ପରିତ୍ୟକ୍ତ ଜିନିଷଗୁଡ଼ିକୁ ପରିତ୍ୟାଗ କରନ୍ତି ଏବଂ ପରିବର୍ତ୍ତନ ଆଣିବା ପାଇଁ ନୂତନ ଜିନିଷ ଉପରେ ଧ୍ୟାନ ଦିଅନ୍ତି । ଏହା ବର୍ଷର ହିସାବ ଶେଷ ଏବଂ ପରଦିନ ଫସଲର ପ୍ରଥମ ଦିନରେ ନୂତନ ହିସାବ ଆରମ୍ଭକୁ ଚିହ୍ନିତ କରେ। ବର୍ଷାର ଆଶୀର୍ବାଦ କାମନା ପାଇଁ ପୋଙ୍ଗଲ ପର୍ବରେ ଭଗବାନ ଇନ୍ଦ୍ରଙ୍କୁ ପୂଜା କରାଯାଏ ।

ଘରର ଛାତରେ ନିମ ପତ୍ର ଭଳି ଡାଳ ବାନ୍ଧିବାର ପରମ୍ପରା ରହିଛି । ଭୋଗୀ ସ୍ଥାନରେ ଗାତ ଖୋଳି କାଠ ଜମା କରାଯାଏ । ତାର ଚାରିପଟେ ଚିତା ଦିଆଯାଏ । ଅଗ୍ନି ସଂଯୋଗ ପୂର୍ବରୁ ପୂଜା କରାଯିବା ପରମ୍ପରା କେତେକ ସ୍ଥାନରେ ରହିଛି । ଭୋଗୀ ମୁଖ୍ୟତଃ ଘରର ପୁରୁଣା ଜିନିଷକୁ ଅଗ୍ନିରେ ବିସର୍ଜ୍ଜନ କରାଯାଏ । ପରସ୍ପର ଶୁଭେଚ୍ଛା ବାର୍ତ୍ତା ଦିଅନ୍ତି । ପରସ୍ପର ମଙ୍ଗଳ କାମନା କରନ୍ତି । ପରଦିନ ମକର ସଂକ୍ରାନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...